ଓଡିଶା

odisha

ETV Bharat / state

ଜୋର ଧରିଲା ବିଇଡି ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ

ଜୋର ଧରିଲା ବିଇଡି ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ । କଲେଜରେ ଶିକ୍ଷକ ନିଯୁକ୍ତି ଓ ଭିତ୍ତିଭୂମି ବିକାଶ ପାଇଁ ସରକାରଙ୍କୁ କଲେ ଟାର୍ଗେଟ । ଅଧିକ ପଢନ୍ତୁ...

By

Published : Mar 16, 2021, 3:01 PM IST

ଜୋର ଧରିଲା ବିଇଡି ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ
ଜୋର ଧରିଲା ବିଇଡି ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ

କଟକ: ଜୋର ଧରିଲା ବିଇଡି ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ । କଲେଜରେ ଶିକ୍ଷକ ନିଯୁକ୍ତି ଓ ଭିତ୍ତିଭୂମି ବିକାଶ ପାଇଁ ସରକାରଙ୍କୁ କଲେ ଟାର୍ଗେଟ । ଯଦି ଦାବି ପୂରଣ ନ ହୁଏ ତେବେ ଆଗମୀ ଦିନରେ କୋମଳ ନୁହେଁ ବରଂ ସରକାର ଉଗ୍ର ରୂପ ଦେଖିବେ ବୋଲି ସ୍ପଷ୍ଟ କରିଛନ୍ତି ଛାତ୍ରଛାତ୍ରୀ ।

ଜୋର ଧରିଲା ବିଇଡି ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ

ସୂଚନା ଅନୁସାରେ, ରାଜ୍ୟରେ ରାଧାନାଥ ବିଇଡି କଲେଜକୁ ମିଶାଇ 14 ଟି ବିଇଡି କଲେଜରେ ଦୀର୍ଘ ବର୍ଷ ଧରି ଆବଶ୍ୟକ ସଂଖ୍ୟାର ଅଧ୍ୟାପକ ଓ କର୍ମଚାରୀ ଅଭାବ ରହିଛି । ଏହାସହ ଭିତ୍ତିଭୂମିର ଅଭାବ ଯୋଗୁଁ ଛାତ୍ରଛାତ୍ରୀମାନେ ଅନେକ ଅସୁବିଧାର ସମୁଖୀନ ହେଉଛନ୍ତି ।

ଗତବର୍ଷ ଠୁ ବିଇଡି କଲେଜର ନାମ ଲେଖା ମଧ୍ୟ ହୋଇଛି । ସମୁଦାୟ 1605 ଟି ସିଟ ଏହି କଲେଜରେ ଉପଲବ୍ଧ ରହିଛି । ତେବେ ଆଗମୀ ଦିନରେ ଯଦି ଏହି ସମସ୍ୟାର ସ୍ଥାୟୀ ସମାଧାନ ନହୁଏ ତେବେ ଭବିଷ୍ୟତକୁ ଭୁଲି କେବଳ ନ୍ୟାୟ ଭିକ୍ଷା ହିଁ ସାର ବୋଲି କହିଛନ୍ତି ଛାତ୍ରଛାତ୍ରୀ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details