ଓଡିଶା

odisha

ETV Bharat / state

ନୂଆ ଲୁକ୍ ପାଇବ ପେଟାନାଳ, ସିଡିଏବାସୀଙ୍କ ଦୁଃଖ ହେବ ଦୂର - କଟକ ମେୟର

ନୂଆ ଲୁକ ପାଇବାକୁ ଯାଉଛି କଟକ ପେଟାନାଳ । ଦୁର୍ଗନ୍ଧ ସାଙ୍ଗକୁ ଅସ୍ବାସ୍ଥ୍ୟକର ପରିବେଶ ଦୀର୍ଘ ଦିନ ଧରି ସିଡିଏବାସୀଙ୍କ ପାଇଁ ଦୁଃଖ ସାଜିଥିବା ବେଳେ ଏହାର ଅନ୍ତ ଘଟିବାକୁ ଯାଉଛି । ୩୬କୋଟି ଟଙ୍କା ବ୍ୟୟରେ ପଙ୍କଉଦ୍ଧାର, ସୌନ୍ଦର୍ଯ୍ୟକରଣ ସହ ନାଳ ଉପରେ ନିର୍ମାଣ ହେବ ବ୍ରିଜ । ଅଧିକ ପଢନ୍ତୁ

Beautification work of Cuttack Petanala
Beautification work of Cuttack Petanala

By

Published : Feb 16, 2023, 4:31 PM IST

Updated : Feb 16, 2023, 4:58 PM IST

ନୂଆ ଲୁକ୍ ପାଇବ ପେଟାନାଳ, ସିଡିଏବାସୀଙ୍କ ଦୁଃଖ ହେବ ଦୂର

କଟକ:ଦୂର ହେବାକୁ ଯାଉଛି ସିଡିଏ-ବିଡାନାସୀ ବାସୀଙ୍କ ଦୀର୍ଘଦିନର ଦୁଃଖ । କାରଣ ଆସନ୍ତା ମାର୍ଚ୍ଚରୁ ଆରମ୍ଭ ହେବ ବହୁ ପ୍ରତୀକ୍ଷିତ ପେଟାନାଳର ପୁନରୁଦ୍ଧାର କାମ । ୩୬କୋଟି ଟଙ୍କା ବ୍ୟୟରେ ପଙ୍କଉଦ୍ଧାର, ସୌନ୍ଦର୍ଯ୍ୟକରଣ ସହ ନାଳ ଉପରେ ନିର୍ମାଣ ହେବ ବ୍ରିଜ । ଯାହା ଦେଢ଼ ବର୍ଷ ମଧ୍ୟରେ ଶେଷ ହେବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବୋଲି କହିଛନ୍ତି ମେୟର ଓ କମିଶନର । ଅନ୍ୟପଟେ ବର୍ଷ ବର୍ଷ ଧରି ସିଡିଏବାସୀ ଯେଉଁ ଦୁଃଖ କଷ୍ଟରେ ମଧ୍ୟ ପଡିବ ପୂର୍ଣ୍ଣଚ୍ଛେଦ।

ପେଟାନାଳର ପୁନରୁଦ୍ଧାର ସହ ହେବ ସୌନ୍ଦର୍ଯ୍ୟକରଣ କାମ ଆରମ୍ଭ ହେବ। ନାଳର ଉଭୟ ପାର୍ଶ୍ବରେ ପାର୍କ ଓ ଉଜ୍ଜ୍ବଳ ଅଲୋକୀକରଣ ମଧ୍ୟ କରାଯିବ । ଏଥିପାଇଁ ୩୬ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ସିଡିଏ ସେକ୍ଟର ୧୦ଠାରୁ ଅଶ୍ବିନୀ ହସ୍ପିଟାଲ ପର୍ଯ୍ୟନ୍ତ ଲମ୍ବିଥିବା ଏହି ନାଳର ପୁନରୁଦ୍ଧାର କାମ ମାର୍ଚ୍ଚ ମାସ ପହିଲାରୁ ଆରମ୍ଭ ହେବ। ପୁତିଗନ୍ଧମୟ ପରିବେଶ ସହ ସିଡିଏ-ବିଡାନାସୀ ଅଞ୍ଚଳର ବର୍ଜ୍ୟଜଳ ପେଟନାଳରେ ଛଡା ଯାଉଥିବାରୁ ମଶା ମାଛିଙ୍କ ଦୌରାତ୍ମ୍ୟରେ ଅତିଷ୍ଠ ହୋଇ ପଡ଼ିଥିଲେ ସ୍ଥାନୀୟ ବାସିନ୍ଦା । ଦୀର୍ଘ ବର୍ଷ ଧରି ଏହି ସମସ୍ୟାରେ ଯୁଝି ହେଉଥିଲା ବେଳେ ଏହାର ସ୍ଥାୟୀ ସମାଧାନ କେବେ ହେବ ସନେଇ ସମସ୍ତେ ଉଠାଇଥିଲେ ପ୍ରଶ୍ନ।

ଏହା ବି ପଢନ୍ତୁ- ଗାଡି ଚାଳକ ସାବଧାନ ! HSRP ନମ୍ବର ପ୍ଲେଟ ନଥିଲେ କଟୁଛି ଫାଇନ

ବର୍ତ୍ତମାନ ପେଟାନାଳ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇ କାମ ଆରମ୍ଭ ହୋଇ ଦେଢ଼ବର୍ଷ ଭିତରେ ସମ୍ପୂର୍ଣ୍ଣ କରାଯିବ ବୋଲି କହିଛନ୍ତି ସିଏମସି ମେୟର। ସିଡିଏ-ବିଡାନାସୀ ଅଞ୍ଚଳବାସୀଙ୍କ ପାଇଁ ପେଟାନାଳ ଅନେକ ଗୁରୁତ୍ବ ବହନ କରୁଥିବା ବେଳେ ଏହାର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ନେଇ ଦୀର୍ଘବର୍ଷ ଅତିକ୍ରମ କଲାଣି । ଏଥିପାଇଁ ଅନେକ ପ୍ରତିବାଦ ମଧ୍ୟ ଦେଖିବାକୁ ମିଳିଥିଲା । ପେଟାନାଳର ପଙ୍କ ଭିତରେ ପଶି ପ୍ରତିବାଦ ବି କରିଥିଲେ ବିଧାୟକ ମୋକିମ। ଏପରିକି ହାଇକୋର୍ଟରେ ମଧ୍ୟ ଏ ନେଇ ମାମଲା ହୋଇଛି । ଏବେ ପ୍ରକଳ୍ପ କାମ ଖୁବଶୀଘ୍ର ଆରମ୍ଭ କରାଯିବ ବୋଲି କହିଛନ୍ତି କମିଶନର।

ପ୍ରଥମ ପର୍ଯ୍ୟାୟରେ ୱାଟକୋ ପକ୍ଷରୁ ପେଟାନାଳକୁ ଛଡା ଯାଉଥିବା ନର୍ଦ୍ଦମା ପାଣି ଓ ବର୍ଜ୍ୟଜଳକୁ ବନ୍ଦ କରାଯାଇଛି । ଏହାକୁ ସିଧାସଳଖ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟକୁ ଛଡ଼ାଯିବ। ପରେ ଏଠାରୁ ପଙ୍କଉଦ୍ଧାର କରାଯାଇ ତାର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯିବ । ଏହାସହ ନାଳ ଉପରେ ୪ରୁ ୫ଟି ଛୋଟ ଛୋଟ ପୋଲ ନିର୍ମାଣ ବି କରାଯିବ। ତେବେ ସିଡିଏବାସୀ କହିଛନ୍ତି ଯେତେ ଶୀଘ୍ର ଏହି କାମ ଆରମ୍ଭ ହେବ ତାହା ସହରବାସୀଙ୍କ ପାଇଁ ଲାଭଦାୟକ ହେବ। ଅନେକ ବାଦ ପ୍ରତିବାଦ ପରେ ପେଟାନାଳର ଉନ୍ନତିକରଣ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଥିବା ବେଳେ କେବେ ସିଡିଏ ବାସୀଙ୍କ ଦୁଃଖ ଦୂର ହେବ ଆଉ ଏହାର ସ୍ଥାୟୀ ସମାଧାନ ହେବ ତାହାକୁ ଅପେକ୍ଷା କରିଛନ୍ତି ଅଞ୍ଚଳବାସୀ ।

ଇଟିଭି ଭାରତ, କଟକ

Last Updated : Feb 16, 2023, 4:58 PM IST

ABOUT THE AUTHOR

...view details