ଓଡିଶା

odisha

ETV Bharat / state

ବସ୍ତି ଉଚ୍ଛେଦକୁ ବିରୋଧ କରି ମାନବ ଶୃଙ୍ଖଳ - ବସ୍ତି ଉଚ୍ଛେଦକୁ ନେଇ ମାନବ ଶୃଙ୍ଖଳା ଦ୍ବାରା ପ୍ରତିବାଦ

ଶୁକ୍ରବାର ଶତାଧିକ ମହିଳା ମାନବ ଶୃଙ୍ଖଳ କରି ବସ୍ତି ଉଚ୍ଛେଦକୁ ବିରୋଧ କରିଛନ୍ତି। ବିକଳ୍ପ ସରକାରୀ ବାସ ବ୍ୟବସ୍ଥା ନହେବା ଯାଏଁ ଘର ଛାଡିବେ ନାହିଁ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି । ଅଧିକ ପଢନ୍ତୁ...

basti evication protest in cuttack
ବସ୍ତି ଉଚ୍ଛେଦକୁ ନେଇ ମାନବ ଶୃଙ୍ଖଳା ଦ୍ବାରା ପ୍ରତିବାଦ

By

Published : Jan 31, 2020, 11:20 PM IST

କଟକ: ବସ୍ତି ଉଚ୍ଛେଦକୁ ବିରୋଧ । ଶୁକ୍ରବାର ଶତାଧିକ ମହିଳା ମାନବ ଶୃଙ୍ଖଳ କରି ଏହାର ପ୍ରତିବାଦ କରିଛନ୍ତି । ବିକଳ୍ପ ସରକାରୀ ବାସ ବ୍ୟବସ୍ଥା ନହେବା ଯାଏଁ ଘର ଛାଡିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ।

ବସ୍ତି ଉଚ୍ଛେଦକୁ ନେଇ ମାନବ ଶୃଙ୍ଖଳା ଦ୍ବାରା ପ୍ରତିବାଦ

କଟକ ସହରରେ ଶହ ଶହ ଘର ଏକାସାଙ୍ଗରେ ଭଡାରେ ମିଳିବା ସମ୍ଭବପର ନୁହେଁ । ଯେଉଁଠି ବି ଭଡା ଘର ମିଳୁଛି, ତାହା ସରକାରୀ ବାସଗୃହ ଭତ୍ତାର ତିନିଗୁଣ ଅଧିକ । ସେହିପରି ନୂତନ ଗୃହ ହେବା ଦ୍ବାରା ଠିକଣା ପରିବର୍ତ୍ତନ ଯୋଗୁଁ ଅନେକ ସମସ୍ୟାର ସମ୍ମୁଖୀନ ହେବାର ସମ୍ଭାବନା ରହିଛି ।

ସେହିପରି କଟକ ଜଗତପୁର ଅଞ୍ଚଳରେ ଯେଉଁ ଜମି ଯୋଗାଇ ଦିଆଯିବ ତାହା ମଶାଣି ଅଞ୍ଚଳରେ । ସେଠି ରହିବା ସମ୍ଭବପର ନୁହେଁ ବୋଲି ଆନ୍ଦୋଳନକାରୀ ଅଭିଯୋଗ କରିଛନ୍ତି । ତେବେ ବିକଳ୍ପ ବ୍ୟବସ୍ଥା ନକରି ଉଚ୍ଛେଦ ପ୍ରକ୍ରିୟା କଲେ ଏହାକୁ ଜୋରଦାର ବିରୋଧ କରାଯିବ ବୋଲି ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details