କଟକ: ମୌସୁମୀ ପ୍ରଭାବରେ ରାଜ୍ୟରେ ଆରମ୍ଭ ହୋଇଛି ବର୍ଷା । ଗତକାଲିଠାରୁ କଟକର ଅନେକ ସ୍ଥାନରେ ମୌସୁମୀ ଜନିତ ବର୍ଷା ଆରମ୍ଭ ହୋଇଥିବାବେଳେ ଚଳିତବର୍ଷ କଟକରେ ଜଳବନ୍ଦୀ ସମସ୍ୟା କମ ରହିବ ବୋଲି କହିଛନ୍ତି ବାରବାଟୀ ବିଧାୟକ ମହମ୍ମଦ ମୋକିମ ।
ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ ଜଳବନ୍ଦୀ ସମସ୍ୟାର ସ୍ଥାୟୀ ପ୍ରତିକାର ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରାଯିବ । ସହରରେ କିଭଳି ଜଳବନ୍ଦୀ ସମସ୍ୟା ନ ହେବ, ସେଥିପ୍ରତି ସଜାଗ ରହିବାକୁ କଟକ ମହାନଗର ନିଗମର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବାରବାଟୀ ବିଧାୟକ ।
ଗତକାଲି ରାତିରେ ମୌସୁମୀ ବର୍ଷା ଯୋଗୁଁ କିଛି କିଛି ସ୍ଥାନରେ ପାଣି ଜମିରହିଥିଲା। ହେଲେ ଠିକ୍ ସମୟରେ ପମ୍ପ ଚାଲି ଥିବାରୁ ଜଳବନ୍ଦୀ ସମସ୍ୟା ଦେଖାଯାଇନାହିଁ। ତେବେ ପୁର୍ବରୁ ହେଉଥିବା ସହରର ଜଳବନ୍ଦୀ ସମସ୍ୟା ପାଇଁ ସେ ପରୋକ୍ଷ ଭାବରେ ପୂର୍ବତନ ବିଧାୟକଙ୍କୁ ଦାୟୀ କରିଛନ୍ତି। ଦୀର୍ଘ ୨୦ ବର୍ଷ ହେବ ମୁଖ୍ୟ ଡ୍ରେନ୍ ଗୁଡ଼ିକ ଠିକ୍ ଭାବରେ ସଫେଇ ନ ହେବାରୁ ଏଭଳି ସମସ୍ୟା ଦେଖାଯାଉଥିବା ବିଧାୟକ କହିଛନ୍ତି। ତେବେ ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଜଳବନ୍ଦୀ ସମସ୍ୟା ଅପେକ୍ଷାକୃତ କମ ହେବ ବୋଲି ସେ କହିଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ