କଟକ: ପୁଣି ଦୁଲିକିବ କଟକ । ଆସନ୍ତା 12 ତାରିଖରୁ କଟକ ଉପର ବାଲିଯାତ୍ରା ପଡିଆରେ ଆରମ୍ଭ ହେବ 22ତମ ବାରବାଟୀ ଫେଷ୍ଟିଭାଲ । ଭଳି କି ଭଳି ନୃତ୍ୟ ସାଙ୍ଗକୁ ରାଜ୍ୟ ତଥା ରାଜ୍ୟ ବାହାରର ଷ୍ଟଲ ର ମଜା ନେବେ ଦର୍ଶକ । ଏହା 7 ଦିନ ଧରି ଉପର ବାଲିଯାତ୍ରା ପଡିଆ ରେ ଅନୁଷ୍ଠିତ ହେବ। 2001 ମସିହାରୁ ନିରବଚ୍ଛିନ୍ନ ଭାବରେ ଓଡ଼ିଶା ନୃତ୍ୟ ମଣ୍ଡଲ ଆନୁକୁଲ୍ୟରେ ଏବଂ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ହୋଇ ଆସୁଅଛି ବାରବାଟୀ ନୃତ୍ୟ ଉତ୍ସବ।
ଏହା ଚଳିତବର୍ଷ 22 ବର୍ଷରେ ପଦାର୍ପଣ କରିଥିବାରୁ ଏହାର ସ୍ବତନ୍ତ୍ର ନାମ ବାରବାଟୀ ଫେଷ୍ଟିଭାଲ ନାମରେ ନାମିତ ହୋଇଛି । ନୃତ୍ୟ ସଙ୍ଗୀତ ସହିତ,ଚିତ୍ର କଳା,ଫ୍ୟାସନ,ଏବଂ ଚଳଚିତ୍ର କୁ ଆଧାର କରି ଏଥର ଏକ ନୂଆ ଆଧାର ରେ 12 ତାରିଖରୁ 18 ତାରିଖ ଯାଏ ଚାଲିବ ଏହି ଫେଷ୍ଟିଭାଲ । ପ୍ରଥମ କରି ଫ୍ୟାସନ ବିଭାଗକୁ ବାରବାଟୀ ଫେଷ୍ଟିଭାଲରେ ସାମିଲ କରାଯାଉଛି । ସୋଆ ୟୁନିଭରସିଟି ଫ୍ୟାସନ କ୍ଲବର ଶିଳ୍ପୀମାନେ ଶେଷ ସନ୍ଧ୍ୟାକୁ ଆହୁରି ଆକର୍ଷଣ କରିବେ । ଏହା ସହିତ 3ଟାରୁ 5ଟା ପର୍ଯ୍ୟନ୍ତ ନୃତ୍ୟ, ଗୀତ, ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ବିଜେତା ପ୍ରତିଭାମାନଙ୍କୁ ବାରବାଟୀ ପ୍ରତିଭା ସମ୍ମାନ ସନ୍ଧ୍ୟା ଉତ୍ସବରେ ଅତିଥିମାନଙ୍କ ଦ୍ଵାରା ପ୍ରଦାନ କରାଯିବ।