ଓଡିଶା

odisha

ETV Bharat / state

ଋଣ ପରିଶୋଧ ନ କରିବାରୁ କମ୍ପାନୀ ମୁଖ୍ୟଙ୍କ ଘରେ ତାଲା ପକାଇଲା ବ୍ୟାଙ୍କ

ଋଣ ପରିଶୋଧ ନ କରିବା ସାଜିଲା ମହଙ୍ଗା । ବ୍ୟାଙ୍କ ନିର୍ଦ୍ଦେଶକୁ ଖାତିର ନ କରିବାରୁ ଘରେ ଝୁଲିଲା ତାଲା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

By

Published : Aug 16, 2019, 6:09 PM IST

କଟକ: ମହଙ୍ଗା ପଡିଲା ସଠିକ ସମୟରେ ଋଣ ପରିଶୋଧ ନ କରିବା । ବ୍ୟାଙ୍କର ନୋଟିସ ସତ୍ତ୍ବେ ଏହାକୁ କର୍ଣ୍ଣପାତ ନ କରିବାରୁ ଶୁକ୍ରବାର ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଘରେ ତାଲା ପକାଇଛନ୍ତି ବ୍ୟାଙ୍କ କର୍ମଚାରୀ ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, କଟକ

ସୂଚନା ଅନୁଯାୟୀ, ମିସ ଗ୍ଲୋବାଲ ମଲ୍ଟି ରିଟେଲସ କମ୍ପାନୀର ମୁଖ୍ୟ ଦମୟନ୍ତୀ ଶତପଥୀ ଗତ 2016 ମସିହାରେ ଆଲ୍ହାବାଦ ବ୍ୟାଙ୍କରୁ 1 କୋଟି 29 ଲକ୍ଷ 74 ହଜାର 774 ଟଙ୍କା ଋଣ ଆଣିଥିଲେ । ପରବର୍ତ୍ତୀ ସମୟରେ ଏହି ଋଣକୁ ପରିଶୋଧ କରିନଥିଲେ। ଏପରିକି ବ୍ୟାଙ୍କର ବାରମ୍ବାର ନୋଟିସକୁ ମଧ୍ୟ ବେଖାତିର କରିଥିଲେ ଦମୟନ୍ତୀ ।

ତେବେ ବ୍ୟାଙ୍କ କର୍ତ୍ତୃପକ୍ଷ ଏନେଇ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିଲେ । ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଶୁକ୍ରବାର ଦମୟନ୍ତୀ ଶତପଥୀଙ୍କ କଟକ ଶିଖରପୁର ସ୍ଥିତ ବାଭବନରେ ଚଢ଼ାଉ କରାଯିବା ସହ ଘରେ ତାଲା ପକାଯାଇଛି । ପୋଲିସ ଉପସ୍ଥିତିରେ ଏହି ଚଢ଼ାଉ କରାଯାଇଥିଲା ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details