ଓଡିଶା

odisha

ETV Bharat / state

ସିସିଟିଭି ନଜରରେ ବାଲିଯାତ୍ରା: ପୋଲିସ କମିଶନର - ଐତିହାସିକ ବାଲିଯାତ୍ରା ଅନୁଷ୍ଠିତ

ଦୀର୍ଘ ଦୁଇ ବର୍ଷ ପରେ କଟକରେ ଐତିହାସିକ ବାଲିଯାତ୍ରା ଅନୁଷ୍ଠିତ ହୋଇଛି । ଏନେଇ ଅସମ୍ଭାଳ ଭିଡ଼ ହେବ । ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସମସ୍ତ ବ୍ୟବସ୍ଥା କରାଯାଇଥିବା ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି । ଅଧିକ ପଢ଼ନ୍ତୁ

baliyatra under cctv protection says police commissioner soumendra priyadarshi
ସିସିଟିଭି ନଜରରେ ବାଲିଯାତ୍ରା: ପୋଲିସ କମିଶନର

By

Published : Nov 9, 2022, 9:18 AM IST

Updated : Nov 9, 2022, 9:54 PM IST

କଟକ: ଜିଲ୍ଲା ପ୍ରଶାସନର ଆନିକୂଲ୍ୟରେ କଟକ ମହାନଦୀର ଗଡ଼ଗଡ଼ିଆ ପଠାରେ ଅନୁଷ୍ଠିତ ହୋଇଯାଇଛି ଐତିହାସିକ ବାଲିଯାତ୍ରା । 9 ଦିନ ଯାଏଁ ହେବାକୁ ଥିବା ଏହି ଯାତ୍ରା ଏକ ନୂଆ ରେକର୍ଡ ସୃଷ୍ଟି କରିବା ପାଇଁ ପ୍ରସ୍ତୁତ ରହିଛି । ପ୍ରତିଦିନ 3 ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଉଭୟ ତଳ ଓ ଉପର ପଡିଆରେ ଜମା ହେବେ । ଏହି ସମୟରେ ପୋଲିସ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିବ ବୋଲି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ।

ସିସିଟିଭି ନଜରରେ ବାଲିଯାତ୍ରା

ବାଲିଯାତ୍ରାରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି, "ବାଲିଯାତ୍ରାରେ ପୋଲିସର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଭିଡ଼କୁ ନିୟନ୍ତ୍ରଣ କରିବା ପୋଲିସ ପାଇଁ ସବୁଠୁ ବଡ ଚ୍ୟାଲେଞ୍ଜ ରହିବ । ଅପରାଧ ନିୟନ୍ତ୍ରଣ, ଟ୍ରାଫିକ ସମସ୍ୟା ଏବଂ ଜନସାଧାରଣଙ୍କ ସୁରକ୍ଷା ନେଇ ବିଶେଷ ଭାବେ ଗୁରୁତ୍ୱ ଦିଆଯାଇଛି । ଲୋକଙ୍କ ପାଇଁ 4ଟି ସହାୟତା କେନ୍ଦ୍ର ଖୋଲାଯାଇଛି । ଯାହାଦ୍ୱାରା ଲୋକମାନେ ସିଧାସଳଖ ସେମାନଙ୍କ ଅଭିଯୋଗ ପୋଲିସ ପାଖରେ ପହଞ୍ଚାଇ ପାରିବେ । 112କୁ ଫୋନ କଲେ ପୋଲିସ ପ୍ରଶାସନ ସେମାନଙ୍କ ପାଖରେ ପହଞ୍ଚିବ । ଏହାଛଡା ପକେଟମାରଙ୍କ ସଂଖ୍ୟା ବାଲିଯାତ୍ରା ସମୟରେ ଅଧିକ ହୋଇଥାଏ । ତେବେ ସମସ୍ତ ଲୋକେ ଏଥିପ୍ରତି ଧ୍ୟାନ ଦେବା ଆବଶ୍ୟକ ।

ଏହା ମଧ୍ୟ ପଢ଼ନ୍ତୁ:ଭିଡ ନିୟନ୍ତ୍ରଣ ପାଇଁ ପ୍ରସ୍ତୁତ ଅଛି ସ୍ୱତନ୍ତ୍ର ଯୋଜନା: କଟକ ଡିସିପି

ସେ ଆହୁରି ମଧ୍ୟ କହିଛନ୍ତି, " ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସର ବିସ୍ତୃତ ବ୍ୟବସ୍ଥା କରାଯାଇଛି । 40 ପ୍ଲାଟୁନ ଫୋର୍ସ, 300ରୁ ଊର୍ଦ୍ଧ୍ୱ ଅଧିକାରୀ ମୁତୟନ ରହିବେ । ସାଧାରଣ ସିସିଟିଭି କଣ୍ଟ୍ରୋଲ ରୁମ ରହିଛି । ସହରରେ ଲାଗିଥିବା ସିସିଟିଭି ନଜର ଅପରାଧୀଙ୍କ ଉପରେ ରହିବ ।" ସବୁ ଦିଗକୁ ନଜର ଦେବା ସହ ଯାତ୍ରା ଯେପରି ସୁରୁଖୁରୁରେ ଶେଷ ହେବ ତାହା ଉପରେ ମଧ୍ୟ ନଜର ରଖିଛନ୍ତି କମିଶନରେଟ ପୋଲିସ ।

ଇଟିଭି ଭାରତ, କଟକ

Last Updated : Nov 9, 2022, 9:54 PM IST

ABOUT THE AUTHOR

...view details