ଓଡିଶା

odisha

ETV Bharat / state

ଏଥର ବାଲିଯାତ୍ରାରେ ବୋଟିଂର ମଜା ନେବେ ଦର୍ଶକ - cuttack baliyatra

2 ଦିନ ପରେ ଆରମ୍ଭ ହେବ ଐତିହାସିକ କଟକ ବାଲିଯାତ୍ରା । ଚଳିତବର୍ଷ ବାଲିଯାତ୍ରାରେ ଆକର୍ଷଣୀୟ ହେବ ଜଳାଶୟ । ଯେଉଁଥିରେ ପ୍ରଥମ କରି ବୋଟିଂର ମଜା ନେଇ ପାଇବେ ଦର୍ଶକ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

By

Published : Nov 9, 2019, 11:25 PM IST

କଟକ: 2 ଦିନ ପରେ ଆରମ୍ଭ ହେବ ଐତିହାସିକ କଟକ ବାଲିଯାତ୍ରା । ଏଥିପାଇଁ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି । ପ୍ରତିକୂଳ ପାଗ ସତ୍ତ୍ବେ ବାଲିଯାତ୍ରା ପାଇଁ ପ୍ରସ୍ତୁତ କାର୍ଯ୍ୟ ଜାରି ରହିଛି ।

ଭିିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଚଳିତ ବର୍ଷ ପ୍ରଥମ ଥର ପାଇଁ ବାଲିଯାତ୍ରାରେ ଜଳାଶୟ ପ୍ରସ୍ତୁତ କରାଯାଇଛି । 2ଟି ପୋଖରୀରେ ଲାଣ୍ଡସ୍କେପିଂ କରାଯିବା ସହ ପ୍ରାକୃତିକ ଘାସକୁ ପୋଖରୀର ବନ୍ଧରେ ଲଗାଯାଇଛି । ଏଥିସହିତ ପୋଖରୀକୁ ଆକର୍ଷଣୀୟ କରିବାକୁ ବନ୍ଧ ଉପରେ ନଡିଆ ଗଛ ଲଗାଯାଇଛି । ତେବେ ଏଥର ବାଲିଯାତ୍ରା ଦେଖିବାକୁ ଆସୁଥିବା ଦର୍ଶକ ଏହି ପୋଖରୀରେ ବୋଟିଂର ମଜା ନେଇପାରିବେ ବୋଲି କହିଛନ୍ତି କଟକ ଜିଲ୍ଲାପାଳ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details