କଟକ:ବଢିଲା ବାଲିଯାତ୍ରା ଅବଧି (Cuttack Balijatra extends for one day) । ଆସନ୍ତାକାଲି ଶେଷ ହୋଇଥାନ୍ତା କଟକ ଐତିହାସିକ ବାଲିଯାତ୍ରା (Cuttack Balijatra) । କିନ୍ତୁ ଦର୍ଶକଙ୍କ ଉତ୍ସାହକୁ ଦୃଷ୍ଟିରେ ରଖି ବାଲିଯାତ୍ରାକୁ ଆଉ ଗୋଟେ ଦିନ ବୃଦ୍ଧି କରାଯାଇଛି । ଅର୍ଥାତ 17 ତାରିଖ ଦିନ ଶେଷ ହେବ ବାଲିଯାତ୍ରା । ଏନେଇ ବ୍ୟବସାୟୀ ମାନଙ୍କୁ କୌଣସି ଦେୟ ଦେବାକୁ ପଡିବନି । ଏନେଇ ସୂଚନା ଦେଇଛନ୍ତି କଟକ ମେୟର ସୁବାସ ସିଂ ଓ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ ।
BaliYatra 2022: ଆଉ ଗୋଟିଏ ଦିନ ବଢିଲା ବାଲିଯାତ୍ରା - ବଢିଲା ବାଲିଯାତ୍ରା ଅବଧି
ବଢିଲା ବାଲିଯାତ୍ରା ଅବଧି । ଆସନ୍ତାକାଲି ଶେଷ ହୋଇଥାନ୍ତା କଟକ ଐତିହାସିକ ବାଲିଯାତ୍ରା । ଅଧିକ ପଢନ୍ତୁ
ଏହା ବି ପଢନ୍ତୁ- ବଢିବ କି ବାଲିଯାତ୍ରାର ଅବଧି, ଶୁଣନ୍ତୁ କଣ କହୁଛନ୍ତି କଟକ ଜିଲ୍ଲାପାଳ
ଦୀର୍ଘ ଦୁଇ ବର୍ଷ ବ୍ୟବଧାନରେ ବାଲିଯାତ୍ରା ଆୟୋଜନ କରାଯାଉଥିବାରୁ ଐତିହାସିକ ପଡ଼ିଆରେ ପ୍ରବଳ ଜନସମାଗମ ହେଉଛି । ଦୁଲୁକୁଛି ବାଲିଯାତ୍ରା ପଡିଆ । ଲକ୍ଷ ଲକ୍ଷ ଦର୍ଶକଙ୍କ ଐତିହାସିକ ପଡ଼ିଆରେ ଭିଡ଼ ଜମୁଛି । ବ୍ୟବସାୟୀ ମାନେ ବି ଭଲ ବ୍ୟବସାୟ କରୁଛନ୍ତି । ତେବେ ଚଳିତବର୍ଷ ବାଲିଯାତ୍ରାକୁ ସଫଳ କରିବାକୁ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଉଛି । କଟକ ଜିଲ୍ଳାପାଳଙ୍କ ନେତୃତ୍ୱରେ ବାଲିଯାତ୍ରା ଆୟୋଜନ କରୁଛି ପ୍ରଶାସନ । ଦର୍ଶକଙ୍କୁ ଆକୃଷ୍ଟ କରିବାକୁ ବ୍ୟାପକ ପଦକ୍ଷେପ ନେଉଛି ପ୍ରଶାସନ । ତେବେ ବାଲିଯାତ୍ରାର ଅବଧି ବଢିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଏ ନେଇ ମୁଖ୍ୟମନ୍ତ୍ରୀ ଅନୁମତି ଦେଇଛନ୍ତି ।
ଇଟିଭି ଭାରତ, କଟକ