ନିଆଳି : ଆଉ ନାହାଁନ୍ତି ଆୟୁର୍ବେଦିକ ଚିକିତ୍ସକ ସ୍ବପ୍ନେଶ୍ବର ପଣ୍ତା । ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ହୋଇଥିଲା। ଭୁବନେଶ୍ବରର ଏକ ହସପିଟାଲେରେ ସେ ଶେଷ ନିଶ୍ବାସ ତ୍ଯାଗ କରିଛନ୍ତି । ମୃତ୍ୟୁ ପରେ ତାଙ୍କର ଚକ୍ଷୁ ଦାନ କରାଯାଇଛି । ସ୍ଵର୍ଗଦ୍ଵାରରେ ତାଙ୍କର ଅନ୍ତିମ ସଂସ୍କାର କରାଯିବା ନେଇ ପରିବାର ପକ୍ଷରୁ କୁହାଯାଇଛି । କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ଗୋବିନ୍ଦପୁର ଅଞ୍ଚଳର ଜଣାଶୁଣା ଆୟୁର୍ବେଦିକ ଚିକିତ୍ସକ ସ୍ବପ୍ନେଶ୍ବର ପଣ୍ତା। ଦୀର୍ଘ ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଆୟୁର୍ବେଦିକ ଚିକିତ୍ସା କ୍ଷେତ୍ରରେ ତାଙ୍କର ବରଦାନ ଅତୁଳନୀୟ ।
ଆଉ ନାହାଁନ୍ତି ଆୟୁର୍ବେଦିକ ଚିକିତ୍ସକ ସ୍ବପ୍ନେଶ୍ବର - ଆୟୁର୍ବେଦିକ ଚିକିତ୍ସକ ସ୍ବପ୍ନେଶ୍ବର ପଣ୍ତାଙ୍କ ମୃତ୍ୟୁ
ଆୟୁର୍ବେଦିକ ଚିକିତ୍ସକ ସ୍ବପ୍ନେଶ୍ବର ପଣ୍ତାଙ୍କ ମୃତ୍ୟୁ । ୭୬ ବର୍ଷ ବୟସରେ ଭୁବନେଶ୍ବରର ଏକ ହସପିଟାଲେରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଅଧିକ ପଢନ୍ତୁ
![ଆଉ ନାହାଁନ୍ତି ଆୟୁର୍ବେଦିକ ଚିକିତ୍ସକ ସ୍ବପ୍ନେଶ୍ବର ଆଉ ନାହାଁନ୍ତି ଆୟୁର୍ବେଦିକ ଚିକିତ୍ସକ ସ୍ବପ୍ନେଶ୍ବର](https://etvbharatimages.akamaized.net/etvbharat/prod-images/768-512-15786777-thumbnail-3x2-pppppx.jpg)
ସ୍ବପ୍ନେଶ୍ବର ପଣ୍ତାଙ୍କ ପିତା ହେଉଛନ୍ତି ସ୍ୱର୍ଗତଃ ରାଜ ବୈଦ୍ୟ ବାଉରୀବନ୍ଧୁ ପଣ୍ଡା । ସେହି ସୁଯୋଗ୍ୟ ମହାମନିଶିଙ୍କ ଉତ୍ତର ଦାୟଦ ଥିଲେ ଡାକ୍ତର ସ୍ଵପ୍ନେଶ୍ୱର ପଣ୍ଡା। ପିତାଙ୍କ ଏ ଗୁଣରେ ପ୍ରଭାବିତ ହୋଇ ସେ ମଧ୍ୟ ଏ ପେଶାକୁ ଆପଣେଇ ଥିଲେ । ତାଙ୍କ ଲିଖିତ ପୁସ୍ତକ ହେଉଛି ‘ସ୍ଵପ୍ନାୟନ’ । ସେ ଥିଲେ ପୁରୀ ଗୋପବନ୍ଧୁ ଆୟୁର୍ବେଦିକ ମହାବିଦ୍ୟାଳୟର ପ୍ରାକ୍ତନ ଛାତ୍ର ଓ ଛାତ୍ରନେତା। ସେ ଥିଲେ ଏକାଧାରରେ ପରିବେଶବିତ। ସରକାରୀ ଚାକିରୀରେ ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପଦବୀ ପର୍ଯ୍ୟନ୍ତ ଯାଇଥିଲେ। କେନ୍ଦ୍ର ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ବିଭାଗୀୟ କେନ୍ଦ୍ରମନ୍ତ୍ରୀ ତାଙ୍କୁ ଗତ ପ୍ରାୟ ବର୍ଷକ ତଳେ ମାନପତ୍ର , ୧ ଲକ୍ଷ ଟଙ୍କା, ଉପଢୌକନ ଦେଇ ନୂଆଦିଲ୍ଲୀରେ ସମ୍ବର୍ଦ୍ଧିତ କରିଥିଲେ । ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ତାଙ୍କୁ ପୀୟୂଷପାଣି ଉପାଧିରେ ସମ୍ମାନିତ କରିଥିଲେ।
ଇଟିଭି ଭାରତ, ନିଆଳି