କଟକ: କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଆଜି(ଶୁକ୍ରବାର) ଗଡ଼ିବା ଆରମ୍ଭ କରିଛି ‘‘ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ ।’’ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି ଏହି କାର୍ଯ୍ୟକ୍ରମକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।
ଶିଶୁ ଶ୍ରମିକଙ୍କ ସଂଖ୍ୟା କମାଇବାକୁ ଗଡିଲା ସଚେତନତା ରଥ - କଟକ ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ ଆରମ୍ଭ
କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଆଜି (ଶୁକ୍ରବାର) ଗଡ଼ିବା ଆରମ୍ଭ କରିଛି ‘‘ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ ।’’
ଶିଶୁ ଶ୍ରମିକଙ୍କ ସଂଖ୍ୟା କମାଇବାକୁ ଗଡିଲା ସଚେତନତା ରଥ
୧୪ ବର୍ଷରୁ କମ ଶିଶୁଙ୍କୁ ଶ୍ରମିକ ଭାବରେ ନିୟୋଜିତ କରିବା ତଥା ୧୫ରୁ ୧୮ ବର୍ଷ ବୟସର କିଶୋର କିଶୋରୀଙ୍କୁ କୌଣସି ବିପଦଶଙ୍କୁଳ କାର୍ଯ୍ୟରେ ନିୟୋଜିତ କରିବା ଆଇନ ଅନୁଯାୟୀ, ଦଣ୍ଡନୀୟ ହୋଇଥିବା ବେଳେ, ଏବେ ବି ଯାଇନାହିଁ ଏହି ସାମାଜିକ ବ୍ୟାଧି । ପ୍ରଶାସନ ଓ ଜନତା ମିଳିତ ଭାବରେ ଶିଶୁ ଶ୍ରମିକ ପ୍ରଥାକୁ ବନ୍ଦ କରିବା ପାଇଁ ଅଣ୍ଟା ଭିଡ଼ିବା ଦରକାର ବୋଲି ଜିଲ୍ଲାପାଳ କହିଛନ୍ତି । ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।
ଇଟିଭି ଭାରତ, କଟକ
TAGGED:
ଗଡ଼ିଲା ଶିଶୁ ଶ୍ରମିକ ନିରାକରଣ ରଥ