କଟକ: କଟକ ନରସିଂହପୁର ଥାନା ଅନ୍ତର୍ଗତ ଜିଲିଣ୍ଡା ଛକରେ ଅଟୋ ଓଲଟି ଆହତ ହୋଇଛନ୍ତି ମାଟ୍ରିକ ପରୀକ୍ଷାର୍ଥୀ । ଯୋଡୁମ ହାଇସ୍କୁଲର ଛାତ୍ରଛାତ୍ରୀମାନେ ଏହି ଅଟୋରେ ମାଟ୍ରିକ ପରୀକ୍ଷା ଦେବା ପାଇଁ କମଳାଡିହ ସେଣ୍ଟରକୁ ଯାଉଥିଲେ। ହେଲେ ରାସ୍ତାରେ ଜିଲିଣ୍ଡା ଛକ ନିକଟରେ ଭାରସାମ୍ୟ ହରାଇ ଅଟୋଟି ଓଲଟି ପଡିଥିଲା । ଫଳରେ ଅଟୋରେ ବସିଥିବା 6 ଜଣ ପରୀକ୍ଷାର୍ଥୀ ଆହତ ହୋଇଥିଲେ।
ଅଟୋ ଓଲଟି ମାଟ୍ରିକ ପରୀକ୍ଷାର୍ଥୀ ଆହତ - ପରୀକ୍ଷା କେନ୍ଦ୍ର ଯିବା ରାସ୍ତାରେ ଓଲଟିଲା ଅଟୋ
କଟକ ନରସିଂହପୁର ଥାନା ଅନ୍ତର୍ଗତ ଜିଲିଣ୍ଡା ଛକରେ ଅଟୋ ଓଲଟି ଆହତ ହୋଇଛନ୍ତି ମାଟ୍ରିକ ପରୀକ୍ଷାର୍ଥୀ । ଅଧିକ ପଢନ୍ତୁ...
ଅଟୋ ଓଲଟି ମାଟ୍ରିକ ପରୀକ୍ଷାର୍ଥୀ ଆହତ
ସମସ୍ତ ଆହତମାନଙ୍କୁ ସ୍ଥାନୀୟ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସା ପରେ ସମସ୍ତଙ୍କୁ ଛାଡ଼ି ଦିଆଯାଇଥିଲା। ସେପଟେ ମେଡ଼ିକାଲ ବେଡ଼ରୁ ଉଠି ଅନ୍ୟ ଏକ ଗାଡି ସାହାଯ୍ୟରେ ପରୀକ୍ଷାକେନ୍ଦ୍ରରେ ପହଞ୍ଚି ପରୀକ୍ଷା ଦେଇଥିଲେ ଆହତ ପରୀକ୍ଷାର୍ଥୀ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ