କଟକ:ଚଳନ୍ତା ଅଟୋରେଛାତ୍ରୀଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ଅଟୋ ଚାଳକ ଗିରଫ । ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ବାରଙ୍ଗ ଅଞ୍ଚଳରେ । ଛାତ୍ରୀ ଜଣକ କେନ୍ଦ୍ରାପଡାରୁ ଆସି କଟକରେ ଓହ୍ଲାଇଥିଲେ । ଭୁବନେଶ୍ବରରେ ଏକ ପରୀକ୍ଷା ଥିବାରୁ ସେ ଅଟୋ ଯୋଗେ ବାରଙ୍ଗ ଦେଇ ଭୁବନେଶ୍ବର ଯାଉଥିଲେ । ଅଟୋଟି ଭୁବନେଶ୍ବର ଯିବା ପରିବର୍ତ୍ତେ ବାରଙ୍ଗର ଗୋଡି ସାହିର ଏକ ଜଙ୍ଗଲ ଭିତରକୁ ଯାଇଥିଲା ।
ସେଠାରେ ଅଟୋ ଚାଳକ ଜଣକ ଛାତ୍ରୀଙ୍କୁ ଦୁର୍ବ୍ୟବହାର ଉଦ୍ୟମ କରିଥିବା ନେଇ ବାରଙ୍ଗ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପାଇ ଛାତ୍ରୀ ଜଣଙ୍କୁ ପୋଲିସ ଉଦ୍ଧାର କରିବା ସହ ଘଟଣାରେ ସମ୍ପୃକ୍ତ ଅଟୋଡ୍ରାଇଭରଙ୍କୁ ଥାନାରେ ଅଟକ ରଖି ପଚରାଉଚାର କରାଯାଇଥିଲା । ସେପଟେ ଥାନାରେ ଛାତ୍ରୀଙ୍କ ଅଭିଯୋଗ କ୍ରମେ ଅଟୋ ଚୋଳକୁ ଗିରଫ କରିଛି ପୋଲିସ ।