ଓଡିଶା

odisha

ETV Bharat / state

19ରୁ ଟିକେଟ ବିକ୍ରି, ଏଥର ୧୨ଟି କାଉଣ୍ଟରରେ ଟିକେଟ - 12ଟି କାଉଣ୍ଟରରେ ଅଫଲାଇନ ଟିକେଟ

ଛିଣ୍ଡିଲା ଅନଲାଇନରେ ମ୍ୟାଚ ଟିକେଟ ବିକ୍ରି ବିବାଦ । 19 ଓ 20 ତାରିଖରେ ଅଫଲାଇନ କାଉଣ୍ଟରରୁ ମ୍ୟାଚ ଟିକେଟ କିଣିପାରିବେ ଦର୍ଶକ । ସାମ୍ବାଦିକ ସମ୍ମିଳନୀରେ ଓସିଏ ସମ୍ପାଦକଙ୍କ ସୂଚନା । ଅଧିକ ପଢ଼ନ୍ତୁ...

offline match ticket, offline ticket for audience,  india vs west indies match, barabati match,  ticket in ofline counters, ଅଫ ଲାଇନ ମ୍ୟାଚ ଟିକେଟ, 12ଟି କାଉଣ୍ଟରରେ ଅଫଲାଇନ ଟିକେଟ
୧୨ଟି କାଉଣ୍ଟରରେ ବିକ୍ରୟ ହେବ ଅଫ ଲାଇନ ମ୍ୟାଚ ଟିକେଟ

By

Published : Dec 9, 2019, 5:16 PM IST

Updated : Dec 9, 2019, 5:28 PM IST

କଟକ: ଆସନ୍ତା 22 ତାରିଖରେ ବାରବାଟୀରେ ଅନୁଷ୍ଠିତ ହେବ ଭାରତ ବନାମ ୱେଷ୍ଟ ଇଣ୍ଡିଜ ତୃତୀୟ ଦିନିକିଆ । ଯେଉଁଥିପାଇଁ ପ୍ରସ୍ତୁତି ମଧ୍ୟ ଜୋରସୋରରେ ଚାଲିଛି। ତେବେ ପ୍ରଥମ ଥର ପାଇଁ 12ଟି କାଉଣ୍ଟରରେ ବିକ୍ରି ହେବ ଅଫଲାଇନ ଟିକେଟ। କାଉଣ୍ଟର ମାନଙ୍କରେ 10 ହଜାର 50ଟି ଟିକେଟ ବିକ୍ରି କରାଯିବ ବୋଲି ଓସିଏ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।

୧୨ଟି କାଉଣ୍ଟରରେ ବିକ୍ରୟ ହେବ ଅଫ ଲାଇନ ମ୍ୟାଚ ଟିକେଟ

ସେହିପରି ତିନି ବର୍ଷରୁ ଅଧିକ ବୟସ ପିଲା ଟିକେଟ କାଉଣ୍ଟରରୁ ଟିକେଟ ନେଇପାରିବେ । ଜଣେ ବ୍ୟକ୍ତି ପରିଚୟପତ୍ର ଦେଖାଇ 2ଟି ଟିକେଟ ନେଇପାରିବ । ପୂର୍ବଭଳି ଆଉ ରାତିରୁ କାଉଣ୍ଟରରେ ଛିଡା ହୋଇ ଟିକେଟ ପାଇଁ ଅପେକ୍ଷା କରିବାକୁ ପଡିବ ନାହିଁ। କାରଣ ଟିକେଟ ବିକ୍ରି ସମୟ ସକାଳ 9ଟାରୁ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ ରହିଥିଲାବେଳେ, ସକାଳ 7ଟାରୁ ଦର୍ଶକ ମାନେ କାଉଣ୍ଟରକୁ ଆସି ଟିକେଟ ନେଇପାରିବେ।

19 ଓ 20 ତାରିଖରେ କାଉଣ୍ଟରରେ ଅଫଲାଇନ ଟିକେଟ ବିକ୍ରି କରାଯିବ। ମ୍ୟାଚ ଦିନ ଅର୍ଥାତ 22 ତାରିଖ ଦିନ ସକାଳ ସାଢେ ନଅ ଟାରୁ ଦର୍ଶକ ମାନେ ଗ୍ୟାଲେରୀ ଭିତରେ ପ୍ରବେଶ କରିପାରିବେ। ତେବେ ଦର୍ଶକ ମାନଙ୍କ ସୁବିଧା ପାଇଁ ଗ୍ୟାଲେରୀ ଭିତରେ ବିଭିନ୍ନ ଭେଣ୍ଡର ସହାୟତାରେ ଖାଦ୍ୟ ଯୋଗାଇ ଦିଆଯିବ। ସେହିପରି ଗ୍ୟାଲେରୀରେ ଶୌଚାଳୟର ସୁବିଧା କରାଯିବ। କେବଳ ସେତିକି ନୁହେଁ ଖେଳ ସମୟରେ ମନୋରଞ୍ଜନ ପାଇଁ ମ୍ୟୁଜିକ ଓ ଆତସବାଜିର ବ୍ୟବସ୍ଥା କରାଯାଇଛି। ସେହିପରି ଦର୍ଶକଙ୍କ ସୁବିଧାପାଇଁ କମିଶନରେଟ ପୋଲିସ ପକ୍ଷରୁ ହେଲ୍ପଡେସ୍କର ସୁବିଧା କରାଯିବ ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଓସିଏ ସମ୍ପାଦକ ସୂଚନା ଦେଇଛନ୍ତି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Dec 9, 2019, 5:28 PM IST

ABOUT THE AUTHOR

...view details