କଟକ: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଆନନ୍ଦପୁରରେ ଆକ୍ରମଣ ଘଟଣାରେ ପୋଲିସ ମୁଖାଳୟକୁ ଆସି ଡିଜିପିଙ୍କୁ ଭେଟିଛନ୍ତି କଂଗ୍ରେସର ଏକ ପ୍ରତିନିଧି ଦଳ। ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କ ନେତୃତ୍ବରେ ଆସିଥିବା ଏହି ପ୍ରତିନିଧି ଦଳ ଏହି ଘଟଣାରେ ବିଜେପି କର୍ମୀଙ୍କ ହାତ ରହିଥିବା ଦଳ ଅଭିଯୋଗ କରିବା ସହ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି।
ପିସିସି ସଭାପତି ନିରଞ୍ଜନଙ୍କୁ ଆକ୍ରମଣ ଘଟଣା, ଡିଜିପି ଅଫିସରେ ପହଞ୍ଚିଲେ କଂଗ୍ରେସ ନେତୃବୃନ୍ଦ - PCC President
17:31 January 18
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଆକ୍ରମଣ ଘଟଣାରେ ଡିଜିପି କାର୍ଯ୍ୟାଳୟରେ କଂଗ୍ରେସ ନେତାମାନେ ପହଞ୍ଚିଛନ୍ତି । ଅଧିକ ପଢନ୍ତୁ...
ରବିବାର ରାଜ୍ୟ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ କେନ୍ଦୁଝରରୁ ଭୁବନେଶ୍ବର ଆସୁଥିଲେ । ସେହି ସମୟରେ ହଠାତ୍ ବାଟରେ ତାଙ୍କ ଗାଡିକୁ ଦୁର୍ବୃତ୍ତ ଅଟକାଇବା ସହ ତାଙ୍କ ଉପରକୁ ଆକ୍ରମଣ କରିଥିଲେ । ଏହି ଘଟଣାକୁ କଂଗ୍ରେସ ତୀବ୍ର ନିନ୍ଦା କରିବା ସହିତ ସୋମବାର ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ଶୋଭାଯାତ୍ରା କରାଯାଉଛି ।
ପୂର୍ବତନ ପି ସି ସି ସଭାପତି ଜୟଦେବ ଜେନାଙ୍କ ନେତୃତ୍ବରେ ଆସିଥିବା ଏହି ପ୍ରତିନିଧି ଦଳରେ ବିଧାୟକ ତାରା ପ୍ରସାଦ ବାହିନୀପତି ମଧ୍ୟ ସାମିଲ ଥିଲେ। ଡିଜିପିଙ୍କୁ ଭେଟିବା ସହ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି। ଏହି ଘଟଣାକୁ ଦଳ ନିନ୍ଦା କରିବା ସହ ଏଥିରେ ବିଜେପି କର୍ମୀଙ୍କ ହାତ ରହିଥିବା ଦଳ ଅଭିଯୋଗ କରିବା ସହ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ତେବେ ଡିଜିପି ଏହି ଘଟଣାକୁ ଗୁରୁତର ସହ ନେବା ସହିତ ଖୁବଶୀଘ୍ର ଅଭିଯୁକ୍ତମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିବା କହିଛନ୍ତି ବିଧାୟକ ତାରା ପ୍ରସାଦ ବାହିନୀପତି।
ଏହାସହିତ କିଛି ସ୍ଥାନରେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଦଳର କର୍ମୀମାନେ ଆରକ୍ଷୀ ଅଧିକ୍ଷକଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଅନ୍ୟପଟେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଡିଜିପିଙ୍କ କାର୍ଯ୍ୟାଳୟରେ କଂଗ୍ରେସନେତାମାନେ ପହଞ୍ଚିଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ