କଟକ:ମଦ ମାଫିଆଙ୍କ ଦାଦାଗିରି । ତିଗିରିଆ ଥାନା ଭିରୁଡା ଗାଁରେ ମଦ ବ୍ୟବସାୟ ଉପରେ ଚଢାଉ ବେଳେ ମାଫିଆଙ୍କ ଆକ୍ରମଣର ଶିକାର ହୋଇଛନ୍ତି ଦୁଇ ଅବକାରୀ ବିଭାଗ କର୍ମଚାରୀ । ସେମାନଙ୍କୁ ଗୁରୁତର ଅବସ୍ଥାରେ ଏସିବି ମେଡାକାଲରେ ଭର୍ତ୍ତି କରାଯାଇଛି ।
ସୂଚନାଅନୁସାରେ, ଭିରୁଡା ଗାଁରେ ଚୋରାରେ ମଦ ବେପାର ଦେଉଥିବା ନେଇ ବିଶେଷ ସୁତ୍ରରୁ ଖବର ପାଇଥିଲା ପୋଲିସ । ଖବର ପାଇ ପୋଲିସ ଓ ଅବକାରୀ ବିଭାଗର ମିିଳିତ ଉଦ୍ୟମରେ ମଦ ତିଆରି ହେଉଥିବା ସ୍ଥାନରେ ଚଢାଉ କରିଥିଲା । ଚଢାଉରେ ହଠାତ ଅବକାରୀ ବିଭାଗଙ୍କ ଉପରକୁ ଢେଲା, ପଥର ମାଡ ହୋଇଥିଲା । ଏଥିରେ ଅବକାରୀ କର୍ମଚାରୀ ପ୍ରଦୀପ ଓ ଆଠଗଡ ଅବକାରୀ କର୍ମଚାରୀ ସଞ୍ଜୀବ ବାର୍ଲା ଗୁରୁତର ଆହତ ହୋଇଛନ୍ତି । ସୋମାନଙ୍କୁ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି ।