କଟକ: ୟୁଟ୍ୟୁବରୁ ଚୋରି ଶିକ୍ଷା। ଗଣ୍ଡରପୁର ଏଟିଏମ ଲୁଟ ଉଦ୍ୟମ ଘଟଣାକୁ ନେଇ କଟକ ଡିସିପିଙ୍କ ସାମ୍ବାଦିକ ସମ୍ମିଳନୀରେ ସାମ୍ନାକୁ ଆସିଛି ଏପରି ତଥ୍ୟ। ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ଚାଉଳିଆଗଞ୍ଜ ଥାନା ପୋଲିସ। ଗ୍ୟାସ କଟର ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ମୁଖ୍ୟ ଅଭିଯୁକ୍ତ ଶିଶିର ଦେବନାଥକୁ ଗିରଫ କରିଛି ପୋଲିସ। ଅଭିଯୁକ୍ତ ଜଣକ ୟୁଟ୍ୟୁବ ଦେଖି ଏଟିଏମ ଲୁଟ ଶୈଳୀ ଶିଖିଥିବା କଟକ ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି ।
ଏଟିଏମ ଲୁଟ ଉଦ୍ୟମ ପଣ୍ଡ, ଲୁଟେରାକୁ କାବୁ କଲା ଚାଉଳିଆଗଞ୍ଜ ଥାନା ପୋଲିସ - କଟକ ଡିସିପିଙ୍କ ସାମ୍ବାଦିକ ସମ୍ମିଳନୀ
ୟୁଟ୍ୟୁବରୁ ଚୋରି ଶିକ୍ଷା। ଗଣ୍ଡରପୁର ଏଟିଏମ ଲୁଟ ଉଦ୍ୟମ ଘଟଣାକୁ ନେଇ କଟକ ଡିସିପିଙ୍କ ସାମ୍ବାଦିକ ସମ୍ମିଳନୀରେ ସାମ୍ନାକୁ ଆସିଛି ଏପରି ତଥ୍ୟ। ଅଧିକ ପଢନ୍ତୁ...
![ଏଟିଏମ ଲୁଟ ଉଦ୍ୟମ ପଣ୍ଡ, ଲୁଟେରାକୁ କାବୁ କଲା ଚାଉଳିଆଗଞ୍ଜ ଥାନା ପୋଲିସ ATM lootera arrested by chauliaganj police, says DCP Cuttack](https://etvbharatimages.akamaized.net/etvbharat/prod-images/768-512-9163536-thumbnail-3x2-wc.jpg)
ଅଭିଯୁକ୍ତ ଜଣକ ଜଗତସିଂହପୁର ଜିଲ୍ଲାର । କଟକରେ ଏକ ଔଷଧ ଦୋକାନରେ ସେ କାମ କରୁଥିବା ଜଣାପଡିଛି । ଅଭିଯୁକ୍ତ ଜଣକ ଏଟିଏମ ମେସିନ କାଟିବା ପାଇଁ ସେ ଏକ ଘରୋଇ ନର୍ସିଂହୋମରୁ ଅକ୍ସିଜେନ ସିଲିଣ୍ଡର ଆଣିଥିବା ଜଣାପଡିଛି। ଲୁଟ ଉଦ୍ୟମ ବେଳେ, ଅଭିଯୁକ୍ତ ସାଇରନ, ସିସି ଟିଭି ଆଦିକୁ ଅଚଳ କରିବାରେ ସକ୍ଷମ ହୋଇଥିଲା ।
କିନ୍ତୁ ସେଠାରେ ଲାଗି ଥିବା ଭାଇବ୍ରେଟ ସେନସର ବ୍ୟାଙ୍କର ମୁଖ୍ୟ ନିୟନ୍ତ୍ରଣ କକ୍ଷକୁ ସଂକେତ ପ୍ରେରଣ କରିଥିଲା। ଏସବିଆଇ ବ୍ୟାଙ୍କ ପକ୍ଷରୁ ତୁରନ୍ତ ଚାଉଳିଆଗଞ୍ଜ ଥାନାକୁ ଖବର ଦିଆଯାଇଥିଲା। ସେହି ସମୟରେ ଏଟିଏମରେ ଥିବା ୨୦ ଲକ୍ଷ ୬୦ ହଜାର ଟଙ୍କା ଲୁଟ ଉଦ୍ୟମରୁ ରକ୍ଷା ପାଇ ଯାଇଥିବା ପୋଲିସ କହିଛି । ଗତ ରବିବାର ରାତିରେ ଏହି ଲୁଟ ଉଦ୍ୟମ ହୋଇଥିଲା, ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହେବାକୁ ସକ୍ଷମ ହୋଇଥିବାବେଳେ ଆଜି ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ