କଟକ:ଓଡିଶା ହାଇକୋର୍ଟରେ ଏଏସଓ ପରୀକ୍ଷା ମାମଲା । ଏହାର ଶୁଣାଣି କରି ହାଇକୋର୍ଟଙ୍କ ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଚୂଡାନ୍ତ ମେଧା ତାଲିକା ପ୍ରକାଶନ ଉପରେ ଲଗାଇଛନ୍ତି ରୋକ । ହାଇକୋର୍ଟଙ୍କ ବିନା ଅନୁମତିରେ ଏହି ଚୂଡ଼ାନ୍ତ ଫଳ ପ୍ରକାଶିତ ହୋଇ ପାରିବ ନାହିଁ କିନ୍ତୁ କମ୍ପ୍ୟୁଟର ଦକ୍ଷତା ପରୀକ୍ଷା ଜାରି ରହିବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି । ତେବେ ଆସନ୍ତା ୪ ତାରିଖରେ ୧୦୪୫ ପ୍ରାର୍ଥୀଙ୍କର କମ୍ପୁଟର ସ୍କିଲ ଟେଷ୍ଟ ଭୁବନେଶ୍ବରର ୭ଟି ଟେକନିକାଲ ଇନଷ୍ଟିଚ୍ୟୁଟରେ ହେବାର ଥିବା ବେଳେ ତାହା ଜାରି ରହିବ । ଏଏସଓ ପରୀକ୍ଷାରେ ଓଡିଶା ଲୋକସେବା ଆୟୋଗ ପକ୍ଷରୁ ଧାର୍ଯ୍ୟ ହୋଇଥିବା କଟ ଅଫ ମାର୍କକୁ ନେଇ ରଜତ କୁମାର ମିଶ୍ର ଓ ଅନ୍ୟ କିଛି ଆଶାୟୀଙ୍କ ପକ୍ଷରୁ ରୁଜୁ ହୋଇଛି ଏହି ମାମଲା ।
ଅନ୍ୟପଟେ ଏଭଳି ପିଟିସନ ଉପରେ ଲୋକସେବା ଆୟୋଗକୁ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ । ଡିସେମ୍ବର ୨୦ ହୋଇଥିବା ବେଳେ ତା ପୂର୍ବରୁ ଜବାବ ରଖିବ ଓପିଏସସି । ଓପିଏସସି ଜବାବ ରଖିବା ପରେ ୩ ଦିନ ମଧ୍ୟରେ ରିଜେଣ୍ଡର ଦାଖଲ କରିବେ ଆବେଦନକାରୀ । ପୂର୍ବରୁ ଏହି ଏଏସଓ ପରୀକ୍ଷାକୁ ନେଇ ହୋଇଥିବା ମାମଲାରେ ଚୟନ ପ୍ରକ୍ରିୟାରେ କୌଣସି ପ୍ରକାର ହସ୍ତକ୍ଷେପ କରି ନ ଥିଲେ ହାଇକୋର୍ଟ । ଏହା ଓଡିଶା ଲୋକସେବା ଆୟୋଗ ପକ୍ଷରୁ ସଦ୍ୟ ପ୍ରକାଶିତ ଲିଖିତ ପରୀକ୍ଷା ରେଜଲ୍ଟରେ ମଧ୍ୟ ହସ୍ତକ୍ଷେପ କରି ନ ଥିଲେ ଅଦାଲତ ।