ଓଡିଶା

odisha

ETV Bharat / state

ASO Recruitment: ୬ ସପ୍ତାହ ମଧ୍ୟରେ ଚୟନ ପ୍ରକ୍ରିୟା ଶେଷ କର: ହାଇକୋର୍ଟ - ଏଏସଓ ଚୟନ ମାମଲା

OPSC ବିରୋଧରେ ଅଦାଲତ ଅବମାନନା ସମ୍ପର୍କିତ ମାମଲା । ହାଇକୋର୍ଟରେ ଶୁଣାଣି ହୋଇଛି। କୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ମୁତାବକ ୬ ସପ୍ତାହ ମଧ୍ୟରେ ସମସ୍ତ ପ୍ରକାରର ପ୍ରକିୟା ଶେଷ କରି ପୁନଃ ଏଏସଓ ମେରିଟ ଲିଷ୍ଟ ପ୍ରକାଶ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା ଲୋକସେବା ଆୟୋଗକୁ ଏହି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଅଧିକ ପଢନ୍ତୁ

୬ ସପ୍ତାହ ମଧ୍ୟରେ ଚୟନ ପ୍ରକ୍ରିୟା ଶେଷ କର: ହାଇକୋର୍ଟ
୬ ସପ୍ତାହ ମଧ୍ୟରେ ଚୟନ ପ୍ରକ୍ରିୟା ଶେଷ କର: ହାଇକୋର୍ଟ

By

Published : Aug 4, 2023, 5:31 PM IST

କଟକ: ଏଏସଓ (Assistant Section Officer ) ଚୟନ ଅନିୟମିତତା ମାମଲା। ୬ ସପ୍ତାହ ମଧ୍ୟରେ ଚୟନ ପ୍ରକ୍ରିୟା ଶେଷ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ। ଅଦାଲତ ଅବମାନନା ମାମଲାରେ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟଙ୍କ ପୂର୍ବ ରାୟ ପାଳନ ନହେବାକୁ ନେଇ ମାମଲା ଦାୟର ହୋଇଥିଲା। OPSC ପକ୍ଷରୁ ପ୍ରକାଶ ପାଇଥିବା ମେରିଟ ଲିଷ୍ଟକୁ ଖାରଜ କରି ୨ ମାସ ମଧ୍ୟରେ ସାନି ମେରିଟ ଲିଷ୍ଟ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ।

OPSC ବିରୋଧରେ ଅଦାଲତ ଅବମାନନା ସମ୍ପର୍କିତ ମାମଲା । ହାଇକୋର୍ଟରେ ଶୁଣାଣି ହୋଇଛି। କୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ମୁତାବକ ୬ ସପ୍ତାହ ମଧ୍ୟରେ ସମସ୍ତ ପ୍ରକାରର ପ୍ରକିୟା ଶେଷ କରି ପୁନଃ ଏଏସଓ ମେରିଟ ଲିଷ୍ଟ ପ୍ରକାଶ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା ଲୋକସେବା ଆୟୋଗକୁ ଏହି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ରଜତ କୁମାର ମିଶ୍ର ଓ ଅନ୍ୟାନ୍ୟ ପରୀକ୍ଷାର୍ଥୀଙ୍କ ପକ୍ଷରୁ ଦାୟର ଅଦାଲତ ଅବମାନନା ମାମଲା ଉପରେ ଶୁଣାଣି କରି ବିଚାରପତି ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ର ଏହି ନିର୍ଦ୍ଦେଶ ଦେଇଛନ୍ତି। ୭୯୬ ପଦବୀ ପାଇଁ OPSC ପକ୍ଷରୁ ପ୍ରକାଶ ପାଇଥିବା ମେରିଟ ଲିଷ୍ଟ ଗତ ୧୯ ମେ ରେ ଖାରଜ କରିଥିଲେ ହାଇକୋର୍ଟ। ଦୁଇ ମାସ ମଧ୍ୟରେ ସାନି ମେରିଟ ପ୍ରକାଶ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। କୋର୍ଟଙ୍କ ନିର୍ଦ୍ଧାରିତ ସମୟ ମଧ୍ୟରେ OPSC ମେରିଟ ଲିଷ୍ଟ ପ୍ରକାଶ କରିନଥିବା ଯୋଗୁଁ OPSC ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ କରାଯାଇଥିଲା।

ଏହାବି ପଢନ୍ତୁ- ASO ଚୟନ ଅନିୟମିତତା ମାମଲା, ଉଭୟ ରିଭ୍ୟୁ ଓ ରିଟ୍ ପିଟିସନ ଖାରଜ

ଏଏସଓ ନିଯୁକ୍ତି ଅନିୟମିତତା ମାମଲା ରେ (ଓପିଏସସି) OPSC ର ମେରିଟ ଲିଷ୍ଟକୁ ଗତ ମେ 19 ତାରିଖରେ ଖାରଜ କରିଥିଲେ ହାଇକୋର୍ଟ। ମୋଟ (Aggregate) ମାର୍କ ଆଧାରରେ ସାନି ମେରିଟ ଲିଷ୍ଟ ପ୍ରସ୍ତୁତ କରିବାକୁ ଓପିଏସସିକୁ ନିର୍ଦେଶ ଦେଇଥିଲେ କୋର୍ଟ। ଦୁଇ ମାସ ମଧ୍ୟରେ ସାନି ମେରିଟ ଲିଷ୍ଟ ପ୍ରକାଶ କରିବାକୁ ପୂର୍ବରୁ ନିର୍ଦେଶ ଦେଇଥିଲେ କୋର୍ଟ। ଓପିଏସସି ଅଧୀନରେ ହୋଇଥିବା ଏଏସଓ ପରୀକ୍ଷାରେ ଅନିୟମିତତା ଅଭିଯୋଗ ଆଣି ହାଇକୋର୍ଟର ଦ୍ବାରସ୍ତ ହୋଇଥିଲେ ଆବେଦନକାରୀ। ହାଇକୋର୍ଟରେ ଦାୟର ମାମଲାରେ ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିବା ଯୁକ୍ତିକୁ ବୈଧ ବୋଲି କହିଥିଲେ କୋର୍ଟ। ପ୍ରକାଶ ପାଇଥିବା ମେରିଟ ଲିଷ୍ଟ ଗ୍ରହଣୀୟ ନୁହେଁ ବୋଲି କୋର୍ଟ ରାୟ ରେ ସ୍ପଷ୍ଟ କରିଥିଲେ। ତେବେ ୨୦୧୬ ବିଜ୍ଞପ୍ତି ଅନୁଯାୟୀ ଆଉ ଥରେ ମେରିଟ ଲିଷ୍ଟ ପ୍ରକାଶ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ଇଟିଭି ଭାରତ, କଟକ

ABOUT THE AUTHOR

...view details