ଓଡିଶା

odisha

ETV Bharat / state

ASO ଚୟନ ଅନିୟମିତତା ମାମଲା; ମେରିଟ୍‌ ଲିଷ୍ଟ କାଏମ ରଖିଲେ ହାଇକୋର୍ଟ - ଏଏସଓ ଚୟନ ଅନିୟମିତତା ମାମଲା

ASO recruitment irregularities case: ASO ଚୟନ ଅନିୟମିତତା ମାମଲା । ୧୧୦୪ ଜଣ ପ୍ରାର୍ଥୀଙ୍କ ମେରିଟ ଲିଷ୍ଟ କାଏମ ରଖିଲେ ହାଇକୋର୍ଟ । ଅଧିକ ପଢନ୍ତୁ

ASO ଚୟନ ଅନିୟମିତତା ମାମଲା ରାୟ ପ୍ରକାଶ
ASO ଚୟନ ଅନିୟମିତତା ମାମଲା ରାୟ ପ୍ରକାଶ

By ETV Bharat Odisha Team

Published : Dec 22, 2023, 11:45 AM IST

Updated : Dec 22, 2023, 1:11 PM IST

ASO ଚୟନ ଅନିୟମିତତା ମାମଲା

କଟକ:ASO ଚୟନ ଅନିୟମିତତା ମାମଲା । ମେରିଷ୍ଟ ଲିଷ୍ଟ କାଏମ ରଖିଲେ ହାଇକୋର୍ଟ । ୭୯୬ଟି ASO ପଦବୀ ପାଇଁ ପ୍ରକାଶ ପାଇଥିବା ୧୧୦୪ ଜଣ ପ୍ରାର୍ଥୀଙ୍କ ମେରିଟ ଲିଷ୍ଟ କାଏମ ରହିଛି । OPSC ଚୟନ ପ୍ରକ୍ରିୟାରେ କୌଣସି ତ୍ରୁଟି ହୋଇନଥିବା ମାମଲାର ଶୁଣାଣି କରି କହିଛନ୍ତି ହାଇକୋର୍ଟ । ଏହାପୂର୍ବରୁ ମେ' 19 ତାରିଖରେ ହାଇକୋର୍ଟଙ୍କ ଜଣକିଆ ଖଣ୍ଡପୀଠ OPSC ପକ୍ଷରୁ ଜାରି ମେରିଟ ଲିଷ୍ଟକୁ ଖାରଜ କରି ସାନି ମେରିଟ ଲିଷ୍ଟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଜଣିକିଆ ଖଣ୍ଡପୀଠଙ୍କ ଏହି ରାୟକୁ ଚାଲେଞ୍ଜ କରି ୩ଟି ଅପିଲ ଦାୟର କରାଯାଇଥିଲା । ଡିଭିଜନ ବେଞ୍ଚ ଏହି ଅପିଲର ଶୁଣାଣି କରି ଜଣିକିଆ ଖଣ୍ଡପୀଠଙ୍କ ରାୟକୁ ଖାରଜ କରିଦେଇଛନ୍ତି ଏବଂ ମେରିଷ୍ଟ ଲିଷ୍ଟ କାଏମ ରଖିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ASO ଚୟନ ପ୍ରକ୍ରିୟା ଉପରେ ଅଙ୍କୁଶ ଲଗାଇଲେ ହାଇକୋର୍ଟ, ସେପ୍ଟେମ୍ବର ୨୧ରେ ପରବର୍ତ୍ତୀ ଶୁଣାଣି

ପ୍ରକାଶ ଥାଉକି, ASO ଚୟନ ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ଦର୍ଶାଇ ହାଇକୋର୍ଟରେ ମାମଲା ଦାୟର ହୋଇଥିଲା । କ୍ଷମତା ବାହାରକୁ ଯାଇ OPSC ଚୟନ ପ୍ରକ୍ରିୟାର ନିୟମରେ ପରିବର୍ତ୍ତନ କରିଥିବା ଅଭିଯୋଗ ହୋଇଥିଲା । ଏହି ମାମଲାର ଶୁଣାଣି କରି ଗତ ମେ'ରେ ହାଇକୋର୍ଟଙ୍କ ଜଣକିଆ ଖଣ୍ଡପୀଠ ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିବା ଯୁକ୍ତିକୁ ବୈଧ ବୋଲି କହିଥିଲେ । ଏଥିସହ OPSC ପକ୍ଷରୁ ଜାରି ମେରିଟ ଲିଷ୍ଟକୁ ଖାରଜ କରିଦେଇଥିଲେ ଏବଂ 2 ମାସ ମଧ୍ୟରେ ସାନି ମେରିଟ ଲିଷ୍ଟ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ: ହାଇକୋର୍ଟରେ ASO ମେରିଟ୍ ଲିଷ୍ଟ ଖାରଜ, 2 ମାସ ଭିତରେ ସାନି ତାଲିକା ପ୍ରକାଶ ନିର୍ଦ୍ଦେଶ

ଜଣିକିଆ ଖଣ୍ଡପୀଠ ଏହି ରାୟକୁ ଚାଲେଞ୍ଜ କରି OPSC ଏବଂ ଅନ୍ୟମାନଙ୍କ ପକ୍ଷରୁ 3ଟି ପୃଥକ ଅପିଲ ଦାୟର କରାଯାଇଥିଲା । ଗତ ଅଗଷ୍ଟ ୯ ତାରିଖରେ ଅପିଲ ଗୁଡିକୁ ଗ୍ରହଣ କରି ଜଣିକିଆ ଖଣ୍ଡପୀଠଙ୍କ ରାୟ ଅନ୍ୟାଦେଶ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯାଇପାରିବ ନାହିଁ ବୋଲି କାର୍ଯ୍ୟକାରୀ ମୁଖ୍ୟ ବିଚାରପତିଙ୍କ ଡିଭିଜନ ବେଞ୍ଚ ସ୍ଥଗିତାଦେଶ ଜାରି କରିଥିଲେ । ତେବେ କ୍ରମାଗତ ଭାବେ ମାମଲାର ଶୁଣାଣି କରି ଡିଭିଜନ ବେଞ୍ଚ ରାୟକୁ ସଂରକ୍ଷିତ ରଖିଥିଲେ । ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି । OPSC ଚୟନ ପ୍ରକ୍ରିୟାରେ କୌଣସି ତ୍ରୁଟି କହି ୧୧୦୪ ଜଣ ପ୍ରାର୍ଥୀଙ୍କ ମେରିଟ ଲିଷ୍ଟ କାଏମ ରଖିଛନ୍ତି ହାଇକୋର୍ଟ ।

ଇଟିଭି ଭାରତ, କଟକ

Last Updated : Dec 22, 2023, 1:11 PM IST

ABOUT THE AUTHOR

...view details