କଟକ:ASO ଚୟନ ପ୍ରକ୍ରିୟା ଉପରେ ସ୍ଥଗିତାଦେଶ ଜାରି କଲେ ଓଡ଼ିଶା ହାଇକୋର୍ଟ । ଚୟନ ପ୍ରକ୍ରିୟାର ଅଗ୍ରଗତି ଉପରେ ହାଇକୋର୍ଟ ଆଜି ରୋକ୍ ଲଗାଇଛନ୍ତି । ଜଣିକିଆ ଖଣ୍ଡପୀଠଙ୍କ ରାୟ ଉପରେ ଏହି ରହିତାଦେଶ ଜାରି ହୋଇଛି । ଡିଭିଜନ ବେଞ୍ଚ ମୁଖ୍ୟ ବିଚାରପତି ଜଷ୍ଟିସ ସୁଭାଶିଷ ତାଳପତ୍ର ଏବଂ ଜଷ୍ଟିସ ସାବିତ୍ରୀ ରଥ ଏହି ରହିତାଦେଶ ଜାରି କରିଛନ୍ତି । ଆସନ୍ତା ସେପ୍ଟେମ୍ବର ୨୧ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ ।
ଜଣିକିଆ ଖଣ୍ଡପୀଠଙ୍କ ରାୟକୁ ଚ୍ୟାଲେଞ୍ଜ କରି ଡିଭିଜନ ବେଞ୍ଚରେ ମାମଲା ଦାୟର କରିଥିଲେ ଆବେଦନକାରୀ । ASO ଚୟନ ଅନିୟମିତତା ମାମଲାର ଶୁଣାଣି କରି ଜଣିକିଆ ଖଣ୍ଡପୀଠ ୬ ସପ୍ତାହ ମଧ୍ୟରେ ଚୟନ ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ହାଇକୋର୍ଟଙ୍କ ପୂର୍ବ ରାୟକୁ କାଏମ ରଖିଥିଲେ । ତେବେ ପୂର୍ବ ରାୟର ପୁନର୍ବିଚାର ପାଇଁ ଦାୟର ହୋଇଥିଲା ରିଭ୍ୟୁ ପଟିସନ । ସେହି ରାୟକୁ ଚ୍ୟାଲେଞ୍ଜ କରି ଦାୟର ହୋଇଥିଲା ଆଉ ଏକ ରିଟ୍ ପିଟିସନ । ଉଭୟ ମାମଲାର ଏକକାଳୀନ ଶୁଣାଣି କରି ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କ ଜଣିକିଆ ଖଣ୍ଡପୀଠ ଏହାକୁ ଖାରଜ କରିଥିଲେ ।
ଏହାମଧ୍ୟ ପଢନ୍ତୁ: ASO Recruitment: ୬ ସପ୍ତାହ ମଧ୍ୟରେ ଚୟନ ପ୍ରକ୍ରିୟା ଶେଷ କର: ହାଇକୋର୍ଟ