କଟକ: କେନାଲ ବନ୍ଧ ଭାଙ୍ଗି ବରିମଣ୍ଡ ଗ୍ରାମରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ନିଆଳୀ ଜଳସମ୍ପଦ ଉପଖଣ୍ଡ ଅଧିନ କାକଟପୁର ବ୍ରାଞ୍ଚ କେନାଲ ବନ୍ଧ ଭାଙ୍ଗିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି । ଏହି କେନାଲର ଉତ୍ତର ପାର୍ଶ୍ଵବନ୍ଦ ବରିମୁଣ୍ଡ ଠାରେ ଏହି ଘଟଣା ଘଟିଛି । ଫଳରେ ବରିମୁଣ୍ଡ ଗାଁ ମଧ୍ୟରେ କେନାଲ ପାଣି ପଶି କୃତିମ ବନ୍ୟା ପରିସ୍ଥିତି ଦେଖା ଦେଇଥିଲା । ଗ୍ରାମର ଅନେକ ଲୋକଙ୍କ ଘରେ ଆଣ୍ଠୁଏ ଉଚ୍ଚତାର ପାଣି ଜମିବାରୁ ନାହିଁ ନଥିବା ସମସ୍ୟାର ସମୁଖୀନ ହୋଇଥିଲେ ଗ୍ରାମବାସୀ ।
ଭାଙ୍ଗିଲା କେନାଲ ବନ୍ଧ, ଗାଁରେ କୃତ୍ରିମ ବନ୍ୟା - ଗାଁ ରେ ପସିଲା ପାଣି
କେନାଲ ବନ୍ଧ ଭାଙ୍ଗି ବରିମଣ୍ଡ ଗ୍ରାମରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି । ପଢନ୍ତୁ ଅଧିକ....
କେନାଲ ବନ୍ଧ ଭାଙ୍ଗି ଗାଁରେ କୃତ୍ରିମ ବନ୍ୟା
ସମସ୍ୟା କେବଳ ସେତିକି ନୁହେଁ, ଗ୍ରାମରେ ଥିବା ପୋଖରୀ ଗୁଡିକ ବୁଡିଯିବା ଫଳରେ ମାଛ ଚାଷୀ ମଧ୍ୟ କ୍ଷତିଗ୍ରସ୍ତ ହୋଇଛନ୍ତି । ଯାହାକୁ ନେଇ ଗ୍ରାମବାସୀ ଆତଙ୍କିତ ହୋଇ ପଡ଼ିଥିଲେ । ବିଭାଗ ପକ୍ଷରୁ ଜେସିବି ଯୋଗେ ପାଣି ଅଟକାଇବାକୁ ଚେଷ୍ଟା କରିଥିଲେ ସୁଦ୍ଧା ତାହା ସମ୍ଭବ ହୋଇପାରି ନଥିଲା । ବେଳକୁ ବେଳ ଘାଇର ଆକାର ବୃଦ୍ଧି ପାଇଥିଲା। ବହୁତ ସମୟ ଚେଷ୍ଟା ପରେ ଏହା ନିୟନ୍ତ୍ରଣ ହୋଇଥିଲା। ତେବେ ଏନେଇ ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେବା ପାଇଁ ସଂପୃକ୍ତ ଗ୍ରାମବାସୀଙ୍କ ପକ୍ଷରୁ ଦାବି କରାଯାଇଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ