ଓଡିଶା

odisha

ETV Bharat / state

ବ୍ୟବସାୟୀଙ୍କୁ ଲୁଟ ଘଟଣାରେ ଆରିଫ ଗ୍ୟାଙ୍ଗର ଆଉ 4 ସଦସ୍ୟ ଗିରଫ

ଜଗତପୁରରେ ଜଣେ ବ୍ୟବସାୟୀଙ୍କୁ ଆକ୍ରମଣ ଓ ଲୁଟ କରିବା ଘଟଣାରେ ଆରିଫ ଗ୍ୟାଙ୍ଗର 4 ସଦସ୍ୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଅଧିକ ପଢନ୍ତୁ...

gang arrst
ବ୍ୟବସାୟୀଙ୍କୁ ଲୁଟ ଘଟଣାରେ ଆରିଫ ଗ୍ୟାଙ୍ଗର 4 ଅଭିଯୁକ୍ତ ଗିରଫ

By

Published : Jan 19, 2020, 5:15 PM IST

କଟକ: ଜଗତପୁରରେ ବ୍ୟବସାୟୀଙ୍କୁ ଆକ୍ରମଣ ଓ ଲୁଟ କରିବା ଘଟଣାରେ ଆରିଫ ଗ୍ୟାଙ୍ଗର 4 ସଦସ୍ୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ସେମାନଙ୍କ ଠାରୁ 78 ହଜାର ଟଙ୍କା ଜବତ ହୋଇଛି। ପୂର୍ବରୁ ଆରିଫର ମା' ଓ ତା’ର ଜଣେ ସହଯୋଗୀ ଗିରଫ ହୋଇଥିଲେ।

ଗତ 6 ତାରିଖରେ ଜଣେ ବ୍ୟବସାୟୀଙ୍କୁ ଆକ୍ରମଣ କରି ତାଙ୍କ ଠାରୁ 5 ଲକ୍ଷ ଟଙ୍କା ଲୁଟ ନେଇଥିଲା ଆରିଫ ଗ୍ୟାଙ୍ଗ। ଗିରଫ ସମୟରେ ସେମାନଙ୍କ ନିକଟରୁ 78 ହଜାର ଟଙ୍କା, ଦୁଇଟି ବାଇକ, ଗୋଟିଏ ସ୍କୁଟି ଓ 4ଟି ମୋବାଇଲ ଫୋନ ଜବତ କରିଛି କମିଶନରେଟ ପୋଲିସ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details