ଓଡିଶା

odisha

By

Published : Apr 11, 2023, 4:27 PM IST

Updated : Apr 11, 2023, 4:37 PM IST

ETV Bharat / state

Archana Nag gets Bail: ହାଇକୋର୍ଟରୁ ଅର୍ଚ୍ଚନା ନାଗଙ୍କୁ ମିଳିଲା ଜାମିନ

ହନିଟ୍ରାପ କ୍ବିନ୍ ଅର୍ଚ୍ଚନା ନାଗକୁ ମିଳିଲା ଜାମିନ । ମଙ୍ଗଳବାର ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat

କଟକ:ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗକୁ ମିଳିଲା ଜାମିନ । ମଙ୍ଗଳବାର ହାଇକୋର୍ଟରୁ ମିଳିଲା ସର୍ତ୍ତମୂଳକ ଜାମିନ । ନୟାପଲ୍ଲୀ ଥାନାରେ ଥିବା ମାମଲାରେ ଏହି ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ । କୋର୍ଟଙ୍କ ବିନା ଅନୁମତିରେ ରାଜ୍ୟ ବାହାରକୁ ଯିବେ ନାହିଁ, ତଦନ୍ତରେ ସହଯୋଗ କରିବେ, ସାକ୍ଷୀଙ୍କୁ ପ୍ରଭାବିତ କରିବେ ନାହିଁ ବୋଲି କୋର୍ଟ ସର୍ତ୍ତ ରଖିଛନ୍ତି। ପୂର୍ବରୁ ତାଙ୍କ ସ୍ଵାମୀ ଜଗବନ୍ଧୁ ଚାନ୍ଦକୁ ହାଇକୋର୍ଟ ଜାମିନ ପ୍ରଦାନ କରିଥିଲେ।

ପୂର୍ବରୁ ଏହି ମାମଲାର ଶୁଣାଣି କରି ତଦନ୍ତର କଣ ଅଗ୍ରଗତି ହୋଇଛି ସେ ନେଇ ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ନୟାପଲ୍ଲୀ ଥାନାରେ ଦାୟର ମାମଲାର ଶୁଣାଣି କରି ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ପରବର୍ତ୍ତୀ ଶୁଣାଣି ପୂର୍ବରୁ ଏନେଇ ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ସରକାରୀ ଓକିଲଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଚାର୍ଜସିଟ ଦାଖଲ ପରେ ପୋଲିସ କଣ ଅଧିକ ତଦନ୍ତ କରିଛି, ସେ ସମ୍ପର୍କରେ ଜାଣିବାକୁ ଚାହିଁଥିଲେ କୋର୍ଟ। ଜଷ୍ଟିସ ଭି ନରସିଂହଙ୍କ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି କରାଯାଇଥିଲା ।

ହନିଟ୍ରାପ କ୍ବିନ ଅର୍ଚ୍ଚନା ନାଗ କେଳେଙ୍କାରୀ ମାମଲାରେ ତଦନ୍ତକୁ ଜୋରଦାର କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅର୍ଚ୍ଚନାଙ୍କୁ ଦୁଇ ଦୁଇ ଥର ରିମାଣ୍ଡରେ ନେବା ସହିତ ଏହି କେଳେଙ୍କାରୀରେ ସାମିଲ ଥିବା କିଛି ରାଜନେତା ତଥା ବଡ଼ବଡ଼ ବ୍ୟବସାୟୀଙ୍କ ଲିଙ୍କ୍‌ ଖୋଜି ବାହାର କରିଛି ଇଡି । ଇଡି ହାତରେ ଅର୍ଚ୍ଚନାଙ୍କ ଲିଙ୍କରେ ଥିବା ସୁନା ଅଳଙ୍କାର ବ୍ୟବସାୟୀଙ୍କ ସୁରାକ ଲାଗିଛି । ପୋଲିସ ଜବତ କରିଥିବା ଡିଜିଟାଲ ଏଭିଡେନ୍ସକୁ ମଧ୍ୟ ଯାଞ୍ଚ ପାଇଁ ଚାହୁଁଛି ଇଡି । କିନ୍ତୁ ଏନେଇ ଫରେନ୍‌ସିକ ଟିମ ଏବେଯାଏଁ ଇଡିକୁ କୌଣସି ଡିଜିଟାଲ ତଥ୍ୟ ଦେଇନଥିବା ବେଳେ ସେହି ଗ୍ରାଉଣ୍ଡରେ ତଦନ୍ତ ପାଇଁ ଇଡି କୋର୍ଟକୁ ଜଣାଇଛି ।

ଏହା ବି ପଢନ୍ତୁ- ପୁଣି ମାଡି ଆସୁଛି କୋଭିଡ୍, କେତେ ପ୍ରସ୍ତୁତ SCB ?

ଏନେଇ ଅର୍ଚ୍ଚନାଙ୍କୁ ୩ୟ ପର୍ଯ୍ୟାୟରେ ରିମାଣ୍ଡରେ ନେବାକୁ ଚାହିଁଥିଲା ଇଡି । ଅର୍ଚ୍ଚନାଙ୍କୁ ପ୍ରଥମ ପର୍ଯ୍ୟାୟରେ ୭ଦିନ ଓ ଦ୍ବିତୀୟ ପର୍ଯ୍ୟାୟରେ ୬ଦିନ ପାଇଁ ରିମାଣ୍ଡରେ ନେଇଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ତେବେ ଆଜି ଅର୍ଚ୍ଚନାଙ୍କ ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ଶେଷ ହୋଇଥିବା ବେଳେ ଜିଲ୍ଲା ଦୌରାଜଜ କୋର୍ଟରେ ହାଜର କରାଇଥିଲା ଇଡି । ଏଠାରେ ଅର୍ଚ୍ଚନାଙ୍କୁ ତୃତୀୟ ପର୍ଯ୍ୟାୟରେ ୨ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରିବାକୁ କୋର୍ଟରେ ଆବେଦନ କରାଯାଇଥିଲା । କିନ୍ତୁ ଇଡିର ଏହି ଆବେଦନକୁ ଖାରଜ କରିଦେଇଛନ୍ତି କୋର୍ଟ । ଫଳରେ ଅର୍ଚ୍ଚନାଙ୍କୁ ଝାରପଡ଼ା ଜେଲକୁ ପଠାଇ ଦିଆଯାଇଛି ।

ତେବେ PMLA କେସରେ ଅର୍ଚ୍ଚନା‌ ଲିଙ୍କରେ ଅନେକ ହାଇପ୍ରୋଫାଇଲଙ୍କୁ ସମନ କରିଥିଲା ED । ଯାହାର ଆଧାରରେ ପୂର୍ବରୁ ବ୍ୟବସାୟୀ ଅମୀୟ ଦାସ, ଅକ୍ଷୟ ପରିଜା, ଢେଙ୍କାନାଳ ବିଜେଡି ବିଧାୟକଙ୍କ ଭାଇ ଗଙ୍ଗାଧର ସାମଲ, ଅର୍ଚ୍ଚନାଙ୍କ ଡ୍ରାଇଭର ଚନ୍ଦନ, ପ୍ରଯୋଜକ ପ୍ରମୋଦ ସ୍ବାଇଁ, ଖଗେଶ୍ବରର ସହଯୋଗୀ ସମେତ ଶ୍ରଦ୍ଧାଞ୍ଜଳି ମଧ୍ୟ ହାଜର ହୋଇ ED ନିକଟରେ ତଥ୍ୟ ମଧ୍ୟ ରଖିଛନ୍ତି । ଅର୍ଚ୍ଚନା ୨ଟି କେସ ଆଧାରରେ ଝାରପଡ଼ା ଜେଲରେ ଅଛନ୍ତି । ଗତ ଅକ୍ଟୋବର ୪ ତାରିଖରୁ ଗିରଫ ପରେ ସେ ବିଚାର ବିଭାଗୀୟ ହାଜତରେ ଅଛନ୍ତି ।

ପରବର୍ତ୍ତୀ ପର୍ଯ୍ୟାୟରେ ଖଣ୍ଡଗିରି ଥାନା କେସ ଆଧାରରେ ଅର୍ଚ୍ଚନାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦ ମଧ୍ୟ ଗିରଫ ହୋଇ ଝାରପଡ଼ା ଜେଲରେ ଅଛନ୍ତି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏବେ ମନି ଲଣ୍ଡରିଂ ଆକ୍ଟରେ କେସ କରି ଘଟଣାର ତଦନ୍ତ ଜାରି ରଖିଛି । ଏହି ମାମଲାରେ ପୋଲିସ ଛାଡି ଦେଇଥିବା ନାଗ ଦମ୍ପତିଙ୍କ ସହଯୋଗୀ ଖଗେଶ୍ବରକୁ ଗିରଫ କରି କୋର୍ଟ ଚାଲାଣ ପରେ ସେ ଏବେ ଝାରପଡା ଜେଲରେ ବିଚାର ବିଭାଗୀୟ ହାଜତରେ ଅଛନ୍ତି ।

ଇଟିଭି ଭାରତ, କଟକ

Last Updated : Apr 11, 2023, 4:37 PM IST

ABOUT THE AUTHOR

...view details