ଓଡିଶା

odisha

ETV Bharat / state

ସମବାୟ ବ୍ୟାଙ୍କ ପରିଚାଳନା ନିର୍ଦ୍ଦେଶକଙ୍କ ନିଯୁକ୍ତି ଅବୈଧ: ହାଇକୋର୍ଟ - ଓଡିଶା ହାଇକୋର୍ଟ ଖବର

ଗୋପବନ୍ଧୁଙ୍କ ନିଯୁକ୍ତି ପାଇଁ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ଅନୁମତି ନଥିଲା। ଏଭଳି ନିଯୁକ୍ତି ରାଜ୍ୟ ସମବାୟ ଆଇନ ସମ୍ମତ ନୁହେଁ ବୋଲି ଦର୍ଶାଇଲେ ହାଇକୋର୍ଟ। ଏହାକୁ ହାଇକୋର୍ଟରେ ଚାଲେଞ୍ଜ କରିଥିଲେ ସୁନ୍ଦରଗଡ଼ର ବେଣୁମାଧବ ତ୍ରିପାଠୀ। ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Jan 25, 2023, 4:45 PM IST

କଟକ: ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ ପରିଚାଳନା ନିର୍ଦ୍ଦେଶକଙ୍କ ନିଯୁକ୍ତି ମାମଲା । ନିଯୁକ୍ତିକୁ ଅବୈଧ ଘୋଷଣା କଲେ ଓଡିଶା ହାଇକୋର୍ଟ। ଗୋପବନ୍ଧୁ ଶତପଥୀଙ୍କ ପୁନଃ ନିଯୁକ୍ତିକୁ ରଦ୍ଦ କଲେ ହାଇକୋର୍ଟ। ୨ ମାର୍ଚ୍ଚ ୨୦୨୨ରେ ଗୋପବନ୍ଧୁଙ୍କୁ ଏମଡି ଭାବେ ପୁନଃ ନିଯୁକ୍ତି କରିଥିଲେ ରାଜ୍ୟ ସରକାର।

ଗୋପବନ୍ଧୁଙ୍କ ନିଯୁକ୍ତି ପାଇଁ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ଅନୁମତି ନଥିଲା। ଏଭଳି ନିଯୁକ୍ତି ରାଜ୍ୟ ସମବାୟ ଆଇନ ସମ୍ମତ ନୁହେଁ ବୋଲି ଦର୍ଶାଇଲେ ହାଇକୋର୍ଟ। ଏହାକୁ ହାଇକୋର୍ଟରେ ଚାଲେଞ୍ଜ କରିଥିଲେ ସୁନ୍ଦରଗଡ଼ର ବେଣୁମାଧବ ତ୍ରିପାଠୀ। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ ମୁରଲୀଧର ଓ ଜଷ୍ଟିସ ମୁରାହରି ଶ୍ରୀରମଣ ମାମଲାର ଶୁଣାଣି କରି ନିଯୁକ୍ତିକୁ ଅବୈଧ ଘୋଷଣା କରିଛନ୍ତି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details