କଟକ : କୋରୋନା କାଳରେ ଆରମ୍ଭ ହୋଇଛି ଆଣ୍ଟିଜେନ ଟେଷ୍ଟ। ପ୍ରଥମ ପର୍ଯ୍ୟାୟରେ କଟକରେ ଦୁଇ ହଜାର କିଟ ପହଞ୍ଚିଛି । ଏହି ଦୁଇ ହଜାର କିଟକୁ କଟକ ବଡ଼ମେଡିକାଲ, ଆଚାର୍ଯ୍ୟ ହରିହର କ୍ୟାନସର ବିଭାଗ, ଶିଶୁଭବନ, ସିଟିହସ୍ପିଟାଲକୁ ବଣ୍ଟା ଯାଇଛି। ସେହିପରି କଟକ ବଡ଼ ମେଡିକାଲ ରେ ପ୍ରସୂତି ବିଭାଗ,ଓପିଡ଼ି,ବାଇଓକେମେଷ୍ଟ୍ରି,ମାଇକ୍ରୋ ବାଇଲୋଜି ବିଭାଗ ଗୁଡିକୁ ପଠାଯାଇଛି।
ଆରମ୍ଭ ହେଲା ଆଣ୍ଟିଜେନ ଟେଷ୍ଟ, କମିବ ସଂକ୍ରମଣ ହାର ! - ଆଣ୍ଟିଜେନ ଟେଷ୍ଟ
ଆରମ୍ଭ ହୋଇଛି ଆଣ୍ଟିଜେନ ଟେଷ୍ଟ। ପ୍ରଥମ ପର୍ଯ୍ୟାୟରେ କଟକରେ ଦୁଇ ହଜାର କିଟ ପହଞ୍ଚିଛି । ଏହି ଦୁଇ ହଜାର କିଟକୁ କଟକ ବଡ଼ମେଡିକାଲ, ଆଚାର୍ଯ୍ୟ ହରିହର କ୍ୟାନସର ବିଭାଗ, ଶିଶୁଭବନ, ସିଟିହସ୍ପିଟାଲକୁ ବଣ୍ଟା ଯାଇଛି।
ଆରମ୍ଭ ହେଲା ଆଣ୍ଟିଜେନ ଟେଷ୍ଟ
ଏହି କ୍ରମରେ ପ୍ରଥମେ ପୁରୁଣା ରୋଗୀଙ୍କର ଏହି ଟେଷ୍ଟ କରାଯାଇଥିବା ଜଣାପଡିଛି। ତେବେ ଏହି ପ୍ରକ୍ରିୟା ସ୍ୱାଭାବିକ ହେବାକୁ ଆହୁରି ୨ ରୁ ୩ ଦିନ ଲାଗିବ । ଏହି ସମୟ ମଧ୍ୟରେ ବାହାର ରୋଗୀ ନିହାତି ଆବଶ୍ୟକ ନଥିଲେ ଏସସିବି ନଆସିବାକୁ କୁହାଯାଇଛି। ତେବେ ଏହା ଦ୍ବାରା ମେଡିକାଲ ମାନଙ୍କରେ ସଂକ୍ରମଣ ରୋକା ଯାଇପାରିବ ବୋଲି କଟକ ଜିଲ୍ଲାପାଳ କହିଛନ୍ତି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ