କଟକ: ରାଜ୍ୟରେ ବନ୍ଦ ରହିଥିବା ଧର୍ମାନୁଷ୍ଠାନ ଖୋଲିବା ନେଇ ବଢୁଛି ଚାପ। ରାଜ୍ୟରେ ସମସ୍ତ ଦେବାଳୟ ଖୋଲିବାକୁ ହାଇକୋର୍ଟରେ ଆଉ ଏକ ମାମଲା ରୁଜୁ କରାଯାଇଛି। ବରିଷ୍ଠ ଆଇନଜୀବୀ ଜୟନ୍ତ ବଳ ଏହି ମାମଲା ଦାୟର କରିଛନ୍ତି।
ଦେଶର ଅନେକ ରାଜ୍ୟରେ ଦେବାଳୟ ଖୋଲା ଯାଇଥିବା ବେଳେ ଓଡ଼ିଶାରେ କାହିଁକି ଦେବାଳୟ ଖୋଲାଯାଇ ନାହିଁ। ଯଦିଓ ହାଇକୋର୍ଟ ଗତ ଅକ୍ଟୋବର ୧୦ ତାରିଖରେ ଦେବାଳୟ ଖୋଲିବା ନିଷ୍ପତି ରାଜ୍ୟ ସରକାରଙ୍କ ଉପରେ ଛାଡିଥିଲେ। ତଥାପି ଏନେଇ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଇନାହାନ୍ତି।