ଓଡିଶା

odisha

ETV Bharat / state

ଶ୍ରୀମନ୍ଦିର ମରାମତି କାମ ତୁରନ୍ତ ସାରିବାକୁ ହାଇକୋର୍ଟରେ ମିସକେସ୍ ଦାୟର - ହାଇକୋର୍ଟରେ ଶ୍ରୀମନ୍ଦିର ମାମଲା

ଶ୍ରୀମନ୍ଦିର ନାଟମଣ୍ଡପ ମରାମତି ମାମଲାରେ ହାଇକୋର୍ଟରେ ଆଉ ଏକ ମିସକେସ ଦାଖଲ । ଫାଟକୁ ତୁରନ୍ତ ମରାମତି କରି ସତ୍ୟପାଠ ଜରିଆରେ ରିପୋର୍ଟ ଦାଖଲ କରିବା ପାଇଁ ପ୍ରାର୍ଥନା କରିଛନ୍ତି ଆବେଦନକାରୀ । ଅଧିକ ପଢନ୍ତୁ

Etv Bharat
Etv Bharat

By ETV Bharat Odisha Team

Published : Sep 11, 2023, 10:00 PM IST

ଶ୍ରୀମନ୍ଦିର ମରାମତି କାମ ତୁରନ୍ତ ସାରିବାକୁ ହାଇକୋର୍ଟରେ ମିସକେସ୍ ଦାୟର

କଟକ:ଶ୍ରୀମନ୍ଦିର ନାଟମଣ୍ଡପ ମରାମତି ମାମଲାରେ ହାଇକୋର୍ଟରେ ଆଉ ଏକ ମିସକେସ୍ ଦାଖଲ ହୋଇଛି । ଆବେଦନକାରୀ ଅଭିଷେକ ଦାସଙ୍କ ପକ୍ଷରୁ ଏହି ମିସକେସ ଦାଖଲ କରାଯାଇଛି । ନାଟମଣ୍ଡପ ବିମରେ ସୃଷ୍ଟି ହୋଇଥିବା ଫାଟକୁ ତୁରନ୍ତ ମରାମତି କରି ସତ୍ୟପାଠ ଜରିଆରେ ରିପୋର୍ଟ ଦାଖଲ କରିବା ପାଇଁ ପ୍ରାର୍ଥନା କରିଛନ୍ତି ଆବେଦନକାରୀ । ପ୍ରତି ମାସରେ ନାଟମଣ୍ଡପ ବିମ ମରାମତି କରି ରିପୋର୍ଟ ଦାଖଲ ପାଇଁ ଏଏସଆଇକୁ ନିର୍ଦ୍ଦେଶ ଦେବାକୁ ହାଇକୋର୍ଟରେ ଆବେଦନକାରୀ ପ୍ରାର୍ଥନା କରିଛନ୍ତି ।

ତେବେ ନାଟମଣ୍ଡପ ବିମରେ ଫାଟ ରହିଛି ବୋଲି ଆମିକସ କ୍ୟୁରି ଦାଖଲ କରିଥିବା ରିପୋର୍ଟରେ ଉଲ୍ଲେଖ ରହିଥିଲା । ଯାହାର ତୁରନ୍ତ ମରାମତି କରିବାର ଆବଶ୍ୟକତା ରହିଛି ବୋଲି ଆମିକସ କ୍ୟୁରି କହିଥିଲେ। ରତ୍ନ ଭଣ୍ଡାରର ସଂରକ୍ଷଣ ନିହାତି ଆବଶ୍ୟକ ବୋଲି ସତ୍ୟପାଠ ଜରିଆରେ ହାଇକୋର୍ଟଙ୍କୁ ଅବଗତ କରାଇଛି ଏଏସଆଇ । ତେବେ ମାମଲା ଏବେ କୋର୍ଟରେ ବିଚରାଧୀନ ରହିଛି । ତେଣୁ ମରାମତି ପାଇଁ କୋର୍ଟ ଅନୁମତି ଦେଲେ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି ଗଣମାଧ୍ୟମ ଆଗରେ ବୟାନ ରଖିଛନ୍ତି ଏ ଏସ ଆଇ ଅଧିକ୍ଷଣ ଯନ୍ତ୍ରୀ, ଡକ୍ଟର ବି ବି ସାତ ଗଡ଼ନାୟକ।

ଏହା ବି ପଢନ୍ତୁ- ଶ୍ରୀମନ୍ଦିର ମରାମତି ଓ ସଂରକ୍ଷଣ କାର୍ଯ୍ୟ ତଦାରଖ କଲା ASI ଟିମ୍‌, ନାଟମଣ୍ଡପ ବିମ୍ ଉପରେ ଫୋକସ୍

୨୦୧୮ ମସିହାରେ ଶେଷ ଥର ପାଇଁ ରତ୍ନ ଭଣ୍ଡାରର ଅନୁଧ୍ୟାନ ହୋଇଥିଲା ବୋଲି ଦାଖଲ ହୋଇଥିବା ସତ୍ୟପାଠରେ ଉଲ୍ଲେଖ ରହିଛି । ପୂର୍ବରୁ ରତ୍ନଭଣ୍ଡାରରୁ ପାଣି ଝରୁଥିଲା, ରତ୍ନଭଣ୍ଡାରର ଚଟାଣରେ କିଛି ପଥର ପଡିଥିଲା, କାନ୍ଥ ମଝିରେ ଫାଟ ଥିବାର ଆୱାଜ ଆସିଥିଲା, ବର୍ତ୍ତମାନ ରତ୍ନଭଣ୍ଡାର ସଂରକ୍ଷଣର ନିହାତି ଆବଶ୍ୟକତା ରହିଛି। ମାମଲା ଏବେ କୋର୍ଟରେ ବିଚାରଧୀନ ରହିଛି। କୋର୍ଟ ଯେତେଶୀଘ୍ର ମରାମତି ପାଇଁ ନିର୍ଦ୍ଦେଶ ଦେବେ ସେତେ ଶୀଘ୍ର ମରାମତି କରାଯିବ ବୋଲି ASI ପୁରୀ ମଣ୍ଡଳ ଅଧିକ୍ଷକ ଡକ୍ଟର ଦିବିସାଦ ଗଡ଼ନାୟକ କହିଥିଲେ । ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ମୁତାବକ ASI ପକ୍ଷରୁ ମଧ୍ୟ ଏନେଇ ସତ୍ୟପାଠ ଦାଖଲ କରାଯାଇଛି ।

ସେପଟେ ଶ୍ରୀମନ୍ଦିର ପାର୍ଶ୍ଵ ଦେବଦେବୀ ମନ୍ଦିରଗୁଡ଼ିକ ବହୁ ପୁରାତନ ହୋଇଥିବାରୁ କିଛି ମନ୍ଦିରରେ ପାଣି ଗଳୁଥିବା ନଜରକୁ ଆସିଛି । ତେଣୁ ଏହାର ମରାମତି କାର୍ଯ୍ୟ ମଧ୍ୟ ଆସନ୍ତା କାର୍ତ୍ତିକ ମାସ ପରେ କରାଯିବ ବୋଲି ପୂର୍ବରୁ ସୂଚନା ଦେଇଥିଲେ ଏଏସ୍‌ଆଇ ଅଧିକ୍ଷକ ଜିବି ଗଡ଼ନାୟକ । ଉତ୍ତର ଦ୍ଵାର ପଟେ ଦିବ୍ୟାଙ୍ଗ ଭକ୍ତଙ୍କ ଯାତାୟାତ ପାଇଁ ରାମ୍ପ୍‌ ବ୍ୟବସ୍ଥା ମଧ୍ୟ କରାଯିବ । ଶ୍ରୀମନ୍ଦିରରେ ଏବେ ଅଧିକ ଭିଡ଼ ଲାଗି ରହୁଥିବାରୁ କାର୍ତ୍ତିକ ମାସ ପରେ ଏହି ସବୁ କାର୍ଯ୍ୟ କରାଯିବ ବୋଲି ଏଏସ୍‌ଆଇ ପକ୍ଷରୁ କୁହାଯାଇଛି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details