ଓଡିଶା

odisha

ETV Bharat / state

ଅସୁରକ୍ଷିତ ଆଠଗଡ ବନଖଣ୍ଡ: ପୁଣି ହାତୀ କଙ୍କାଳ ଉଦ୍ଧାର, ଶିକାରୀଙ୍କୁ କିଏ ଦେଉଛି ସୁରକ୍ଷା ?

ପୁଣି ଏକ ଦାନ୍ତହାତୀର କଙ୍କାଳ ଉଦ୍ଧାର । ଏଥର କିନ୍ତୁ ଏସଟିଏଫ କି କ୍ରାଇମବ୍ରାଞ୍ଚ ନୁହେଁ, ଉଦ୍ଧାର କରିଛି ଖୋଦ ବନ ବିଭାଗ । ଏମିତି ଘଟଣା ଆଠଗଡ ବନଖଣ୍ଡ ବଡମ୍ବା ବନାଞ୍ଚଳ ଜାନିପଦର ଫରେଷ୍ଟ ବିଟ ଚନ୍ଦ୍ରଗିରି ସଂରକ୍ଷିତ ଜଙ୍ଗଲ ପାଖ ହାଡୁଆ ପ୍ରକଳ୍ପ ନିକଟରୁ ଗୋଟିଏ ଦନ୍ତାହାତୀର ଅସ୍ଥି କଙ୍କାଳକୁ ଜବତ କରିଛି ବନ ବିଭାଗ । ଅଧିକ ପଢନ୍ତୁ

ଅସୁରକ୍ଷିତ ଆଠଗଡ ବନଖଣ୍ଡ
ଅସୁରକ୍ଷିତ ଆଠଗଡ ବନଖଣ୍ଡ

By

Published : Jun 16, 2022, 2:26 PM IST

କଟକ: ପୁଣି ଏକ ଦାନ୍ତହାତୀର କଙ୍କାଳ ଉଦ୍ଧାର । ଏଥର କିନ୍ତୁ ଏସଟିଏଫ କି କ୍ରାଇମବ୍ରାଞ୍ଚ ନୁହେଁ, ଉଦ୍ଧାର କରିଛି ଖୋଦ ବନ ବିଭାଗ । ଏମିତି ଘଟଣା ଆଠଗଡ ବନଖଣ୍ଡ ବଡମ୍ବା ବନାଞ୍ଚଳ ଜାନିପଦର ଫରେଷ୍ଟ ବିଟ ଚନ୍ଦ୍ରଗିରି ସଂରକ୍ଷିତ ଜଙ୍ଗଲ ପାଖ ହାଡୁଆ ପ୍ରକଳ୍ପ ନିକଟରୁ ଗୋଟିଏ ଦନ୍ତାହାତୀର ଅସ୍ଥି କଙ୍କାଳକୁ ଜବତ କରିଛି ବନ ବିଭାଗ । ତେବେ ଅସ୍ଥି କଙ୍କାଳ ମଧ୍ୟରେ ହାତୀର ଦାନ୍ତ ନଥିବା ସୂଚନା ଦେଇଛନ୍ତି ଆଠଗଡ ଡିଏଫ ସୁଦର୍ଶନ ଗୋପୀନାଥ ଯାଦବ ।

ଅସୁରକ୍ଷିତ ଆଠଗଡ ବନଖଣ୍ଡ

ଆଠଗଡ ବନଖଣ୍ଡ ଏବେ ହାତୀଙ୍କ ଶ୍ମଶାନ ପାଲଟିବାକୁ ଯାଉଛି । ଗତ ଦୁଇ ମାସ ଭିତରେ ମାଟି ତଳୁ ଖୋଳି ହାତୀର ଅସ୍ଥି କଙ୍କାଳ ବାହାର କରିଥିଲା କ୍ରାଇମବ୍ରାଞ୍ଚ ଏସଟିଏଫ । ଗତ ଦୁଇ ମାସ ଭିତରେ ବଡମ୍ବା ଓ ନରସିଂହପୁର ଜଙ୍ଗଲରୁ ଏସଟିଏଫ ୩ଟି ଏବଂ ବନ ବିଭାଗ ଗୋଟିଏ ଦନ୍ତା ହାତୀର ହାଡ ଓ ଅବଶେଷାଂଶ ମାଟି ତଳୁ ଉଦ୍ଧାର କରିଛି । ଖୋଦ ଜଙ୍ଗଲ ବିଭାଗ ଅଧିନରେ ଥିବା ଅଞ୍ଚଳରେ ହାତୀ ମାରି ପୋତି ଦିଆଯାଉଛି ।

ଅସୁରକ୍ଷିତ ଆଠଗଡ ବନଖଣ୍ଡ

କିନ୍ତୁ ଏନେଇ ଜଙ୍ଗଲ ବିଭାଗ କର୍ତ୍ତୃପକ୍ଷ କେମିତି ଜାଣି ପାରୁନାହାଁନ୍ତି ତାହା ନେଇ ଏବେ ସବୁଆଡେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ସୁରକ୍ଷିତ ଜଙ୍ଗଲ ଭିତରେ ହାତୀଙ୍କୁ କିଏ ମାରୁଛି ? ଆଉ ସବୁଠାରୁ ବଡ କଥା ହେଉଛି ମୃତ ହାତୀକୁ ପୋତିବା ପାଇଁ ଜଙ୍ଗଲ ଭିତରକୁ ଜେସିବି ସାହାଯ୍ୟରେ ଗାତ ଖୋଳାଯାଉଛି । କିନ୍ତୁ ଏ ସମ୍ପର୍କରେ ଜଙ୍ଗଲ ବିଭାଗ କର୍ମଚାରୀ ମାନେ ଆଦୌ ଖବର ନପାଇବା କଥା ମଧ୍ୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ନିଜେ ପିସିସିଏଫ ଏହି ଘଟଣାକୁ ଗୁରୁତର ନେବା ସହ ଆଠଗଡ ଡିଏଫଓଙ୍କ ନେତୃତ୍ୱରେ ଏକ ଟିମ ଗଠନ କରି ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଖୋଳତାଡ କରିଛି । ଫଳରେ ବନ ବିଭାଗକୁ ଆଉ ଗୋଟିଏ ଦନ୍ତା ହାତୀର ଅସ୍ଥି କଙ୍କାଳ ଠାବ କରିବାରେ ସଫଳତା ମିଳିଛି । ତେବେ ଗୋଟିଏ ପରେ ଗୋଟିଏ ଘଟଣା ସାମ୍ନାକୁ ଆସିବା ଆଠଗଡ ବନଖଣ୍ଡ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି ।

ଇଟିଭି ଭାରତ, ଆଠଗଡ କଟକ

ABOUT THE AUTHOR

...view details