କଟକ:ରାଜ୍ୟ ଅଲମ୍ପିକ ସଙ୍ଘ (Odisha Olympic Association)ର ବସିଲା ବାର୍ଷିକ ସାଧାରଣ ପରିଷଦ ବୈଠକ (Annual General Council Meeting) । ୩୬ତମ ନ୍ୟାସନାଲ ଗେମ୍ରେ ଓଡି଼ଶା ବେଶ ଉତ୍କର୍ସ ପ୍ରଦର୍ଶନ ନେଇ ସମସ୍ତ ଖେଳାଳି ମାନଙ୍କୁ ଧନ୍ୟବାଦ ଜାଣିଛି ସଂଘ। ଏହାସହିତ ୩ ନୂଆ କ୍ରୀଡା ସଂଘକୁ ରାଜ୍ୟ ଅଲମ୍ପିକ ସଂଘ ପକ୍ଷରୁ ବୈଠକରେ ଅନୁବନ୍ଧିତ କରାଯାଇଛି ।
ଏହାସହ ଗତ ୨୦୨୧-୨୨ ବର୍ଷରେ ଆୟ ୨,୨୬,୪୫,୩୬୨ ଟଙ୍କା ହୋଇଥିଲା ବେଳେ ଖର୍ଚ୍ଚ ୨,୧୩,୯୩,୭୪ ଟଙ୍କା ହୋଇଛି । ସେହିପରି ଆଗମୀ ବର୍ଷ ପାଇଁ ୩,୫୬,୬୧,୧୫୦ ଟଙ୍କା ବଜେଟ ବାର୍ଷିକ ବୈଠକରେ ଗୃହୀତ ହୋଇଛି। ଏହାବ୍ୟତୀତ ୩ ନୂଆ କ୍ରୀଡା ସଂଘ ଓଡି଼ଶା ହକି ସଂଘ, ରଗବି କ୍ରୀଡା ସଂଘ ଓ ରାଇଫଲ ସୁଟିଂ କ୍ରୀଡାକୁ ରାଜ୍ୟ ଅଲମ୍ପିକ ସଂଘ ପକ୍ଷରୁ ବୈଠକରେ ଅନୁବନ୍ଧିତ କରାଯାଇଛି । ସବୁଠୁ ଗୁରୁତ୍ବପୂର୍ଣ୍ଣ ଦିଗ ହେଉଛି ଆସନ୍ତା ବର୍ଷ କିପରି ବିଭିନ୍ନ ସଂଘରେ ଜାତୀୟ ଓ ରାଜ୍ୟସ୍ତରୀୟ ମେଗା ପ୍ରତିଯୋଗିତା ଆୟୋଜିତ ହେବ ତାହା ଉପରେ ଆଲୋଚନା ହୋଇଥିଲା ।