ଓଡିଶା

odisha

ETV Bharat / state

ଅସହାୟଙ୍କ ପାଇଁ ସାହା ଆନନ୍ଦାଳୟ ଥଇଥାନ କେନ୍ଦ୍ର, ଜୀବନ ସହ ଦେଇଛି ଜୀବିକା - ଅସହାୟଙ୍କୁ ସାହା ଥଇଥାନ କେନ୍ଦ୍ର

କଟକ ଵୟାଳିଶି ମୌଜାର ଆନନ୍ଦାଳୟ ଥଇଥାନ କେନ୍ଦ୍ର ଅନେକ ଅସହାୟ ଲୋକଙ୍କ ସାହାରା ପାଲଟିଛି । ନିରାଶ୍ରୟ ଓ ମାନସିକ ଓ ଶାରୀରିକ ଭିନ୍ନକ୍ଷମ ଲୋକଙ୍କ ମୁଣ୍ଡକୁ ଛାତ ସହ ଅନେକଙ୍କ ଆତ୍ମନିର୍ଭର କରିଛି । ଅଧିକ ପଢନ୍ତୁ

ଅସହାୟଙ୍କ ପାଇଁ ସହା ଆନନ୍ଦାଳ ଥଇଥାନ କେନ୍ଦ୍ର
ଅସହାୟଙ୍କ ପାଇଁ ସହା ଆନନ୍ଦାଳ ଥଇଥାନ କେନ୍ଦ୍ର

By

Published : Dec 7, 2022, 8:38 PM IST

କଟକ:ସମସ୍ତଙ୍କ ଜୀବନ ସ୍ବାଭାବିକ ନଥାଏ । କାହା ଭାଗ୍ୟର ଦୁଃଖ ତ ପୁଣି କାହା ଭାଗ୍ୟରେ ସୁଖ । ଦୁନିଆରେ ଅନେକ ଲୋକ ଏପରି ଥାନ୍ତି ଯିଏ ଭିକ୍ଷାବୃତ୍ତି କରି ବଞ୍ଚନ୍ତି । ତାଙ୍କର କେହି ସାହାରା ନଥାନ୍ତି । ସେହି ପରି କିଛି ମାନସିକ, ଶାରୀରିକ ଅସହାୟଙ୍କ ସାହାରା ପାଲଟିଛି କଟକ ଵୟାଳିଶି ମୌଜାର ଆନନ୍ଦାଳୟ ଥଇଥାନ କେନ୍ଦ୍ର । ସେମାନଙ୍କ ଜୀବନରେ ଆଣିଛି ପରିବର୍ତ୍ତନ । କିଛି କରିବାକୁ ସକ୍ଷମ ଥିବା ଲୋକଙ୍କୁ ଜୀବିକା ଦେଇଛି ଆନନ୍ଦାଳୟ ଥଇଥାନ କେନ୍ଦ୍ର ।

ଅସହାୟଙ୍କ ପାଇଁ ସାହା ଆନନ୍ଦାଳୟ ଥଇଥାନ କେନ୍ଦ୍ର

ଦିନେ ରାସ୍ତାଘାଟରେ ଯିଏ ହାତ ପାତି ଅନ୍ୟର ଦୟା ଉପରେ ନିର୍ଭର କରୁଥିଲେ ଆଜି ସିଏ ସୁଖ ସ୍ବାଚ୍ଛନ୍ଦ୍ୟର ଜୀଵନ ବିତାଉଛନ୍ତି । ଏହା ସହ ଆତ୍ମନିର୍ଭର ହେଵାର ପ୍ରୟାସ ଵି ଆରମ୍ଭ କରିଛନ୍ତି । ଭିକ୍ଷା ଵୃତ୍ତି କରି ଚଳୁଥିବା ଲୋକମାନଙ୍କୁ ଥଇଥାନ କରିବା ପାଇଁ ସରକାରଙ୍କ ପ୍ରୟାସର ଏଭଳି ସୁଫଳ କଟକର ଵୟାଳିଶି ମୌଜାରେ ଥିବା ଥଇଥାନ କେନ୍ଦ୍ର ଆନନ୍ଦାଳୟରେ ଦେଖିଵାକୁ ମିଳିଛି । କିଏ ନାଚ ଗୀତରେ ମସଗୁଲ ତ ପୁଣି ଆଉ କିଏ ଆତ୍ମନିର୍ଭ । କଟକ ଵୟାଳିଶି ମୌଜାର ଆନନ୍ଦାଳୟର ଦୃଶ୍ୟ ଅତ୍ୟନ୍ତ ମନଲୋଭା । ରାସ୍ତାରେ ଭିକ୍ଷା ଵୃତ୍ତି କରି ଚଳୁଥିବା ଓ ମାନସିକ, ଶାରୀରିକ ଭିନ୍ନକ୍ଷମଙ୍କ ଥଇଥାନ ପାଇଁ କଟକ ମହାନଗର ନିଗମ ସହାୟତାରେ ଆରମ୍ଭ ହୋଇଛି ଏହି ଥଇଥାନ କେନ୍ଦ୍ର । ଦିନେ ରାସ୍ତାରେ ଭିକ ମାଗି ଚଳୁଥିବା ଵା ଅନ୍ୟର ଦୟାରେ ଚଳୁଥିବା ଵ୍ୟକ୍ତିମାନେ ଏଵେ ଏହି ଥଇଥାନ କେନ୍ଦ୍ରରେ ସ୍ବାଭିମାନର ସହ ଵଞ୍ଚୁଛନ୍ତି । କେଵଳ ଓଡିଶା ନୁହେଁ ଏହାଛଡା ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା,ଉତ୍ତରପ୍ରଦେଶ ଓ ରାଜସ୍ଥାନ ଭଳି ରାଜ୍ୟର ଲୋକମାନେ ଏଵେ ଏହି ଥଇଥାନ କେନ୍ଦ୍ରର ଅନ୍ତେଵାସୀ ଭାବେ ରହୁଛନ୍ତି । ପ୍ରାୟ 85ଜଣ ଅନ୍ତେବାସୀ ଏଠାରେ ରହୁଛନ୍ତି ।

ସରକାରୀ ସହାୟତାରେ ପତିତ ଉଦ୍ଧାର ସମିତି ଏହି ଥଇଥାନ କେନ୍ଦ୍ରକୁ ଚଳାଉଛି । ଭିକ୍ଷା ଵୃତ୍ତି କରି ଚଳୁଥିବା ଓ ମାନସିକ, ଶାରିରୀକ ଭିନ୍ନକ୍ଷମ ମାନେ ଏହି ଥଇଥାନ କେନ୍ଦ୍ରର କେଵଳ ଅନ୍ତେଵାସୀ ପାଲଟି ନାହାଁନ୍ତି ବରଂ ଏଠି ଆତ୍ମନିର୍ଭର ହେଵାର ପ୍ରଶିକ୍ଷଣ ମଧ୍ୟ ନେଉଛନ୍ତି । ଯେଉଁ ଅନ୍ତେଵାସୀ ମାନଙ୍କର ମାନସିକ ସମସ୍ୟା ନାହିଁ, ସେମାନେ ଏଠାରେ ପାପୋଛ, ଧୂପକାଠୀ ଓ ଫିନାଇଲ ତିଆରି କରିବା ଶିଖୁଛନ୍ତି । ଆଗକୁ ସେମାନଙ୍କୁ ଉଚ୍ଚ ପ୍ରଶିକ୍ଷଣ ମଧ୍ୟ ଦିଆଯିବ ଵୋଲି ଥଇଥାନ କେନ୍ଦ୍ର ଆନନ୍ଦାଳୟର ମ୍ୟାନେଜର କହିଛନ୍ତି । ବାସ୍ତବରେ ଥଇଥାନ କେନ୍ଦ୍ରର ଏହି ପ୍ରୟାସ ଅନେକ ଅସହାୟଙ୍କ ମୁହଁରେ ହସ ଫୁଟାଇଛି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details