ଓଡିଶା

odisha

ETV Bharat / state

ପୋଲ ତଳେ ପୁନିଙ୍କ 49 ବର୍ଷ, ପରିଣତ ବୟସରେ ସରକାରଙ୍କୁ ଗୁହାରି - କଟକ ଓଏମପି ଛକ ପୋଲ ତଳ ପାଲଟିଛି ଘର

ବୟସ ଥିଲାବେଳେ ସ୍ବାମୀକୁ ହରାଇଲେ । ଆଉ ଏବେ ପରିଣତ ବୟସରେ କେବଳ ପୁଅର ଆଶ୍ରାରେ ପୁନି ନାୟକ । ଏ ହେଉଛି କଟକ ଓମପି ଛକ ପୋଲ ତଳେ ରହୁଥିବା ଏହି ଅସହାୟ ମହିଳାଙ୍କ କାହାଣୀ ।

ଡିଜାଇନ ଫଟୋ

By

Published : Sep 22, 2019, 7:34 PM IST

କଟକ: ଦୁଃଖ ସାଜିଛି ଦରଦି ବନ୍ଧୁ । ପୁଅ ମୁହଁ ଚାହିଁ କବେଳ ବଞ୍ଚି ରହିଛି ଅଭାଗିନୀ ମା । ବୟସ ଥିଲାବେଳେ ସ୍ବାମୀକୁ ହରାଇଲେ । ଆଉ ଏବେ ପରିଣତ ବୟସରେ କେବଳ ପୁଅର ଆଶ୍ରାରେ ପୁନି ନାୟକ । ଏ ହେଉଛି କଟକ ଓମପି ଛକ ପୋଲ ତଳେ ରହୁଥିବା ଏହି ଅସହାୟ ମହିଳାଙ୍କ କାହାଣୀ । ପୁନିଙ୍କ ବୟସ 107 ବର୍ଷ । ମୃତ୍ୟୁ ବି ଭୁଲିଛି ପୁନିଙ୍କ ଘର ଠିକଣା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ନିଜର ଘର ଖଣ୍ଡେ ନଥିବାରୁ ସେ ଦୀର୍ଘ 1970 ମସିହାରରୁ ଏହି ଓଏମପି ପୋଲ ତଳେ ରହିଆସୁଛନ୍ତି । ଜୀବନରେ ତ ସବୁକିଛି ସାରିଯାଇଛି, କେଵଳ ମରିବା ପୂର୍ବରୁ ମୋତେ ଓ ମୋ ପୁଅକୁ ଘରେ ଖଣ୍ଡେ ଦେଲେ ମୁଁ ଏହି ଦୁଃଖରୁ ମୁକ୍ତି ପାଆନ୍ତି ବୋଲି କହିଛନ୍ତି ପୁନି।

ଖରା ବର୍ଷା ଶୀତ କାକର ଖାଇ କେବଳ ଦୁଃଖର ଦିନ ଗଣୁଛନ୍ତି ପୁନି ଓ ତାଙ୍କ ପୁଅ ବିଶ୍ବମ୍ବର । ସେଇ ରାସ୍ତା କଡରେ ରୋଷେଇ କରି ନିଜ ପେଟ ପୂରାଉଛନ୍ତି । ଅନ୍ୟପଟେ ବାପା ଆରପାରିକୁ ଚାଲିଯିବା ପରେ, ଘର ବାଡି ନଥିବାରୁ ବାଧ୍ୟ ହୋଇ 70 ମସିହାରେ ବାଲେଶ୍ଵର ଛାଡି କଟକ ଚାଲିଆସିଥିଲେ । ସେହିଦିନଠୁ ଓଏମପି ପୋଲ ତଳ ପାଲଟିଲା ବୁଢୀ ମା ଓ ପୁଅଙ୍କ ଟିକଣା । ଏମାନଙ୍କୁ କିଛି ସରକାରୀ ସହାୟତା ମିଳିଲେ ସେମାନଙ୍କ ଦୁଃଖ ଲାଘବ ହୁଅନ୍ତା ବୋଲି କହିଛନ୍ତି ସ୍ଥାନୀୟ ବାସୀନ୍ଦା ।

ତେବେ ଏହି ଦୁଇ ପ୍ରାଣୀଙ୍କ ଭରଣ ପୋଷଣ ପାଇଁ ପୁଅ ବିଶ୍ବମ୍ବର ଏକ ରିକ୍ସା ଚଳାଉଛନ୍ତି । ହେଲେ ଯାହା କିଛି ଉପାର୍ଜନ ହେଉଛି ତାହା ସମୁଦ୍ରକୁ ଶଙ୍ଖେ । ଯଦି ସରକାର ଏମାନଙ୍କ ଉପରେ ଦୃଷ୍ଟି ଦେବେ, ତେବେ ଏମାନେ ବାକି ଜୀବନ ଶାନ୍ତିରେ ବଞ୍ଚିପାରିବେ ।

କଟକରୁ ପ୍ରଭୂକଲ୍ୟାଣ ପାଲ ଇଟିଭି ଭାରତ

ABOUT THE AUTHOR

...view details