ଓଡିଶା

odisha

ETV Bharat / state

ଷ୍ଟ୍ରଙ୍ଗ ଲେଡି ସମ୍ମୁ ବିବି: ଗାଡି ସର୍ଭିସିଂ କରି ସାଜିଛନ୍ତି ଉଦାହରଣ - କଟକ ଖବର

କଟକ ଜିଲ୍ଲା ଜୋବ୍ରା ଅଞ୍ଚଳର ସମ୍ମୁ ବିବି । ଯିଏ ଜୀବନ ତମାମ ଝଡଝଞ୍ଜାରେ ଭାଙ୍ଗି ନପଡି ତାକୁ ସାମ୍ନା କରିଛନ୍ତି । ପୁରୁଷ ପ୍ରାଧାନ୍ୟ କାର୍ଯ୍ୟ ଗାଡି ସର୍ଭିସିଂକୁ ନିଜ ପେଷା ଭାବରେ କରିଛନ୍ତି ଗ୍ରହଣ । ଅଧିକ ପଢ଼ନ୍ତୁ...

ସମାଜ ପାଇଁ ପ୍ରେରଣା ସମ୍ମୁ ବିବି

By

Published : Oct 13, 2019, 4:10 AM IST

କଟକ: ସୁଖଦୁଃଖ ପ୍ରତ୍ୟେକ ମଣିଷର ଚିରନ୍ତନ ସାଥୀ । ସେଥି ମଧ୍ୟରୁ କିଛି ଲୋକ ସେହି ଦୁଃଖରେ ଆତ୍ମହରା ହୋଇପଡନ୍ତି ଆଉ କିଛି ଲୋକ ଦୁଃଖକୁ କରିନିଅନ୍ତି ନିଜର ଶକ୍ତି। ସେମିତି ଜଣେ ମଣିଷ ହେଲେ କଟକ ଜୋବ୍ରା ଅଞ୍ଚଳରେ ରହୁଥିବା ସମ୍ମୁ ବିବି । ପରିସ୍ଥିତି ତାଙ୍କୁ କରିଦେଇଛି ସବୁ ଝଡଝଞ୍ଜା ସହିବାକୁ ସକ୍ଷମ । ସବୁ ସୁଖ ଉପରେ ପୂର୍ଣ୍ଣଚ୍ଛେଦ ପଡିଯାଇଥିଲେ ମଧ୍ୟ ନୂଆ ଏକ ଅଧ୍ୟାୟ ଆରମ୍ଭ କରିଥିଲେ ସମ୍ମୁ ବିବି । କାର ଓ ବାଇକ ସର୍ଭିସିଂ କରି ନିଜର ଅସୁମାରୀ ଦୁଃଖକୁ ଫିଙ୍ଗି ମହିଳା ମାନଙ୍କୁ ଏକ ନୂତନ ଦିଗଦର୍ଶନ ଦେଇଛନ୍ତି ସେ ।

ସମାଜ ପାଇଁ ପ୍ରେରଣା ସମ୍ମୁ ବିବି

20 ବର୍ଷ ବୟସରେ ବିବାହ କରିଥିଲେ ସମ୍ମୁ। କିନ୍ତୁ ବାହାଘରର କିଛି ବର୍ଷ ପରେ ସ୍ବାମୀଙ୍କୁ ହରାଇଲେ ସେ । ଯାହାକୁ ନେଇ ଭାଙ୍ଗି ପଡିଥିଲେ । କିନ୍ତୁ ନିଜ ଝିଅ ମୁହଁକୁ ଚାହିଁ ଅଣ୍ଟା ଭିଡ଼ିଲେ ସେ । ଆଉ ବାଛିନେଲେ ଗାଡି ସର୍ଭିସିଂ କାମ । ଯେତେ କଷ୍ଟ ହେଉ ପଛେ ପରିବାର ଲାଗି ସବୁ କିଛି କରିବା ପାଇଁ ସ୍ଥିର କରିନେଲେ ସମ୍ମୁ । ତାଳଦଣ୍ଡା କେନାଲ ପାଖ ବସ୍ତିରେ ରହି ଏହି ବ୍ୟବସାୟ କରୁଛନ୍ତି ସେ । ପୂର୍ବରୁ ଫଳ ଦୋକାନ ପରିବା ଦୋକାନ ଆଦି କରିଥିବା ଦେଖିଛନ୍ତି ସ୍ଥାନୀୟ ବାସିନ୍ଦା। 25 ବର୍ଷ ହେଲାଣି ଏହି କାମ କରିଆସୁଛନ୍ତି ସମ୍ମୁ । ଯାହାଦ୍ବାରା ତାଙ୍କର ପରିବାର ପୋଷଣ ହେଉଛି । ହେଲେ ତିନିପ୍ରାଣୀ କୁଟୁମ୍ବ ପୋଷିବା ପାଇଁ ରୋଜଗାର ସମୁଦ୍ରକୁ ଶଙ୍ଖେ ସଦୃଶ।

ସମ୍ମୁଙ୍କ ଦୃଢ଼ ଇଚ୍ଛା ଶକ୍ତି ଆଗରେ ହାର ମାନିଛି ସବୁ ବାଧାବିଘ୍ନ । ସମ୍ମୁ ବିବି ଯାହା କରି ଦେଖାଇଛନ୍ତି ତାହା ପ୍ରତ୍ୟେକ ନାରୀଙ୍କ ପାଇଁ ଏକ ସଂକଳ୍ପ ବାର୍ତ୍ତା।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details