କଟକ: ବନ୍ଧୁକ ମୁନରେ ପେଟ୍ରୋଲ ପମ୍ପରୁ ଲୁଟ ହୋଇଥିବା ଅଭିଯୋଗ । କଟକ ଜିଲ୍ଲା ବଡମ୍ବା ଥାନା ଅନ୍ତର୍ଗତ ଗୋପାଳପୁର ଛକ ନିକଟରେ ଥିବା ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପରୁ ବନ୍ଧୁକ ଦେଖାଇ ଲୁଟ ହୋଇଛି । ତିନି ଜଣ ଦୁର୍ବୁତ୍ତ ଏକ ମୋଟର ସାଇକେଲରେ ଆସି 1 ଲକ୍ଷ ତିନି ହଜାର ଟଙ୍କା ଛଡାଇ ନେଇଥିବା ଅଭିଯୋଗ ହୋଇଛି ।
ଏନେଇ ପେଟ୍ରୋଲ ପମ୍ପ ମାଲିକ ବଡମ୍ବା ଥାନାରେ ଅଭିଯୋଗ ଦେବା ପରେ ପୋଲିସର ତନାଘନା ଆରମ୍ଭ ହୋଇଛି। ସୂଚନା ଅନୁଯାୟୀ, ଗତକାଲି(ଗୁରୁବାର) ରାତି ପ୍ରାୟ 10 ଘଟିକା ସମୟରେ ପେଟ୍ରୋଲ ପମ୍ପ ବନ୍ଦ କରିବା ସମୟରେ ତିନି ଜଣ ଦୁର୍ବୁତ୍ତ ଏକ ମୋଟର ସାଇକେଲରେ ଆସି ପେଟ୍ରୋଲ ପକାଇବାକୁ କହିଥିଲେ।