କଟକ: ରାଜ୍ୟରେ କୋରୋନା ସଂକ୍ରମଣ ବଢୁଥିବା ବେଳେ କଟକରେ ଅପେକ୍ଷାକୃତ ସ୍ଥିତି ଭଲ ରହିଛି । ହଜାର ବର୍ଷର ସହର କଟକରେ କୋଭିଡ ମୁକାବିଲା ପାଇଁ ପୂଜା ଓ ସାହି କମିଟିଙ୍କ ମୁଖ୍ୟ ଭୂମିକା ରହିଛି । ପୂଜା କମିଟି, ସାହି କମିଟି ସହ ପ୍ରଶାସନର ସଠିକ ସମନ୍ବୟ ଯୋଗୁଁ କଟକ ମହାନଗରରେ ସ୍ଥିତି ଭଲ ଥିବା ଗତକାଲି ସିଏସି କମିଶନର କହିଥିଲେ ।
ତେବେ କମିଶନରଙ୍କ ଏହି ବୟାନକୁ ନେଇ ଆପତ୍ତି ଉଠାଇଛନ୍ତି ବିଭିନ୍ନ ପୂଜା ଓ ସାହି କମିଟିଙ୍କ ମୁଖ୍ୟ । ଦୁଇ ମାସ ପୂର୍ବରୁ ପୋଲିସ କମିଶନରଙ୍କ ଅନୁରୋଧ କ୍ରମେ ପ୍ରତି ସାହିରେ କୋରୋନାକୁ ପ୍ରତିହତ କରିବା ପାଇଁ ଶପଥ ପାଠ କରାଯାଇଥିଲା । ଏହାପରେ ସାହି କମିଟି ସହ ପ୍ରଶାସନର କୌଣସି ୟୋଗାଯୋଗ ନଥିବା ସେମାନେ ଅଭିୟୋଗ କରିଛନ୍ତି । ପୂଜା କମିଟି କିମ୍ବା ସାହି କମିଟିଙ୍କ ସହ ଜିଲ୍ଲା ପ୍ରଶାସନ କିମ୍ବା କଟକ ମହାନଗର ନିଗମ କୌଣସି ସମ୍ପର୍କ ରଖୁନଥିବା ଖାନନଗର ଖପୁରିଆ ଶିଳ୍ପାଞ୍ଚଳ ପୂଜା କମିଟି ସମ୍ପାଦକ ପ୍ରଫୁଲ୍ଲ କୁମାର ସାହୁ ଅଭିଯୋଗ କରିଛନ୍ତି ।