କଟକ: ଜିଲ୍ଲାର ବଡ଼ ମେଡ଼ିକାଲ SCBରୁ ଜଣେ ରୋଗୀ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି । ରୋଗୀ ଜଣକ ଗତ ବୁଧବାର ଚିକିତ୍ସା ପାଇଁ ନିଜ ଝିଅଙ୍କ ସହ ବଡ଼ ମେଡିକାଲ ଆସିଥିଲେ । ଆଉଟଡୋରରେ ଟିକେଟ କରୁଥିବା ସମୟରେ ଭିଡ଼ ଭିତରେ ହଠାତ କେଉଁ ଆଡେ ନିଖୋଜ ହୋଇଯାଇଥିବା ମଙ୍ଗଳାବାଗ ଥାନାରେ ଅଭିଯୋଗ ହୋଇଛି ।
SCB ଆଉଟ୍ଡୋରରୁ ନିଖୋଜ ରୋଗୀ, କର୍ତ୍ତୃପକ୍ଷ ଶୁଣୁ ନଥିବା ଅଭିଯୋଗ - ଟିକେଟ କରୁଥିବା ବେଳେ ବୟସ୍କା ମହିଳା ନିଖୋଜ
କଟକ ଏସସିବି ମେଡ଼ିକାଲରୁ ଜଣେ ରୋଗୀ ନିଖୋଜ ଥିବାବେଳେ କର୍ତ୍ତୃପକ୍ଷ ଶୁଣୁନଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

SCBରୁ ନିଖୋଜ ରୋଗୀ, ଶୁଣିଲେନି କର୍ତ୍ତୃପକ୍ଷ
SCBରୁ ନିଖୋଜ ରୋଗୀ, ଶୁଣିଲେନି କର୍ତ୍ତୃପକ୍ଷ
ନିଖୋଜ ଥିବା ରୋଗୀ ହେଉଛନ୍ତି ଉଷାରାଣୀ ଷଡ଼ଙ୍ଗୀ । ତାଙ୍କ ବୟସ 56 ବର୍ଷ ଘର ଜଗତସିଂହପୁର ଅଳିକଣା । ଏନେଇ ପରିବାର ପକ୍ଷରୁ ମଙ୍ଗଳାବାଗ ଥାନାରେ ଅଭିଯୋଗ ହୋଇଛି । ଗତ ବୁଧବାର ଏହି ଘଟଣା ଘଟିବା ପରେ ନିଖୋଜ ହୋଇଥିବା ମହିଳାଙ୍କ ଝିଅ ତୁରନ୍ତ ମଙ୍ଗଳାବାଗ ଫାଣ୍ଡି ଓ SCB ଅଧୀକ୍ଷକଙ୍କୁ ସିସିଟିଭି ଯାଞ୍ଚ ପାଇଁ ନିବେଦନ କରିବା ସତ୍ତ୍ବେ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କଲେନାହିଁ । ଯାହା ଫଳରେ 5 ଦିନ ହେବ ମହିଳା ନିଖୋଜ ଅଛନ୍ତି ବୋଲି ଅଭିଯୋଗ କରିଛନ୍ତି ଉଷାରାଣୀଙ୍କ ଝିଅ ପୁଷ୍ପାଞ୍ଜଳି ଷଡ଼ଙ୍ଗୀ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ