କଟକ: ପୁଣି ସାମ୍ନାକୁ ଆସିଲା ପୋଲିସର ବର୍ବରତା । ଜଣେ ବିଚାରାଧିନ କଏଦୀଙ୍କୁ ପୋଲିସ ନିର୍ଯ୍ୟାତନା ଦେଇଥିବା ଅଭିଯୋଗ । ଏଭଳି ସଙ୍ଗୀନ ଅଭିଯୋଗ ଆସିଛି କଟକ ଚୌଦ୍ବାର ଜେଲରୁ ।
ବିଚାରାଧିନ କଏଦୀ କଟକ ମଙ୍ଗଳାବାଗର ସୁଶାନ୍ତ ମହାପାତ୍ର ବୋଲି ଜଣାପଡିଛି । ତାଙ୍କୁ କଟକ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ମେଡିକାଲରେ ଦଲାଲି କରୁଥିବା ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଥିଲା । କୋର୍ଟ ଚାଲାଣ ପରେ ତାଙ୍କୁ ବିଚାର ବିଭାଗୀୟ ଜେଲକୁ ପଠାଇ ଦିଆଯାଇଛି । ସେଠାରେ ତାଙ୍କୁ ଜେଲ କର୍ତ୍ତୃପକ୍ଷ ମାଡ ମାରିଥିବା ସୁଶାନ୍ତଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି ।