କଟକ: କୋରୋନା ମୁକାବିଲା ପାଇଁ ସହାୟତାର ହାତ ବଢ଼ାଇଲା ରେଭେନ୍ସା ବିଶ୍ୱବିଦ୍ୟାଳୟ । ଶନିବାର ବିଶ୍ବବିଦ୍ୟାଳୟ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୫ଲକ୍ଷ ୫ ହଜାର ୬୬୩ ଟଙ୍କାର ଆର୍ଥିକ ରାଶି ପ୍ରଦାନ କରାଯାଇଛି।
କୋରୋନା ମୁକାବିଲା, ଗୋଟିଏ ଦିନର ଦରମା ଦେଲେ ରେଭେନ୍ସା ଷ୍ଟାଫ
କୋରୋନା ବିରୋଧୀ ଲଢେଇରେ ସାମିଲ ହେଲା ରେଭେନ୍ସା ବିଶ୍ବବିଦ୍ୟାଳୟ । ଏହି ମହାମାରୀର ମୁକାବିଲା ପାଇଁ ବିଶ୍ବବିଦ୍ୟାଳୟ ଷ୍ଟାଫ ମିଶି ସେମାନଙ୍କ ଗୋଟିଏ ଦିନର ଦରମା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ପ୍ରଦାନ କରିଛନ୍ତି ।
କୋରୋନା ମୁକାବିଲା, ଗୋଟିଏ ଦିନର ଦରମା ଦେଲେ ରେଭେନ୍ସା ଷ୍ଟାଫ
୨ଟି ଚେକ୍ ମାଧ୍ୟମରେ ମୁଖ୍ୟ ମନ୍ତ୍ରୀ ରିଲିଫ ପାଣ୍ଠିକୁ ଏହି ସହାୟତା ରାଶି ପ୍ରଦାନ କରାଯାଇଛି । ବିଶ୍ୱବିଦ୍ୟାଳୟର ସମସ୍ତ ଟିଚିଂ ଓ ନନ ଟିଚିଂ ଷ୍ଟାଫ୍ ମାନେ ମିଶି ନିଜର ଗୋଟିଏ ଦିନର ଦରମା ଏହି ପାଣ୍ଠିକୁ ଦେଇଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ