କଟକ:ନୂଆ ବର୍ଷରେ ବନ୍ଦ ରହିବ ସମସ୍ତ ଧର୍ମାନୁଷ୍ଠାନ । ଏଥିଲାଗି କଟକଣା ଜାରି କଲା କଟକ ମହାନଗର ନିଗମ । ଅଧିକ ଭିଡ଼କୁ ଦୃଷ୍ଟିରେ ରଖି ଆସନ୍ତାକାଲି(ଶୁକ୍ରବାର)ଠୁ 2 ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ ବନ୍ଦ ରହିବ ସମସ୍ତ ଧର୍ମାନୁଷ୍ଠାନ ।
ମନ୍ଦିର, ମସଜିଦ, ଗୁଋଦ୍ବାର, ଚର୍ଚ୍ଚ ଇତ୍ୟାଦି ମଧ୍ୟ ବନ୍ଦ ରହିବ। କେବଳ ଧର୍ମାନୁଷ୍ଠାନ ମାନଙ୍କରେ ସୀମିତ ବ୍ୟକ୍ତି ବିଶେଷ ମଧ୍ୟରେ ପୂଜା ଅର୍ଚ୍ଚନା କରାଯିବ । ସମସ୍ତେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ବଜାୟ ରଖିବା ବାଧ୍ୟତାମୂଳକ କରାଯାଇଛି । ଏହି ସମୟରେ କୌଣସି ଭକ୍ତଙ୍କୁ ଧର୍ମାନୁଷ୍ଠାନ ମଧ୍ୟକୁ ପ୍ରବେଶ କରାଯିବ ନାହିଁ ।