କଟକ: ଶୁକ୍ରବାର ହାଇକୋର୍ଟ ପରିସରରେ ରାଜ୍ୟର ସମସ୍ତ ବାର ଆସୋସିଏସନକୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏ ବୈଠକରେ ରାଜ୍ୟର ସମସ୍ତ ବାରର ସଭାପତି ଓ ସମ୍ପାଦକ ଯୋଗ ଦେଇଛନ୍ତି।
ହାଇକୋର୍ଟ ପରିସରରେ ବାର ଆସୋସିଏସନର ବୈଠକ - ସମସ୍ତ ଆଇନଜୀବି ଏକତ୍ରିତ
ରାଜ୍ୟର ସମସ୍ତ ବାରକୁ ନେଇ ହାଇକୋର୍ଟ ପରିସରରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟର ସମସ୍ତ ବାରର ସଭାପତି ଓ ସମ୍ପାଦକ ଯୋଗ ଦେଇଛନ୍ତି।

ବାର ଆସୋସିଏସନର ବୈଠକ
ହାଇକୋର୍ଟ ଫୁଲ ବେଞ୍ଚର ନୋଟିସକୁ ସହଜରେ ଗ୍ରହଣ କରିପାରୁନାହିଁ ରାଜ୍ୟର ସମସ୍ତ ବାର। ଏନେଇ ଆଇନଜୀବୀ ଏକତ୍ରିତ ହୋଇ ଏଭଳି ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିଛନ୍ତି। ସୁପ୍ରିମକୋର୍ଟର କଲେଜିୟମ ନିଷ୍ପତ୍ତିକୁ ବିରୋଧ କରି ହେଉଥିବା ଓକିଲଙ୍କ ଆନ୍ଦୋଳନ ଉପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ନେଇ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡିଛି।
ଓଡିଶା ବାର ଆସୋସିଏସନର ବୈଠକ
କଟକରୁ ନାରାୟଣ ସାହୁ ଇଟିଭି, ଭାରତ