ଓଡିଶା

odisha

ETV Bharat / state

ବେସରକାରୀ ସଂସ୍ଥାର ମନମାନି, ନ୍ୟାୟ ମାଗିଲେ ମୈତ୍ରୀ କର୍ମଚାରୀ - ସରକାରୀ ଯୋଜନାରେ ସାମିଲ ସହ ଥଇଥାନ ଦାବି

କଟକଠାରେ ଥିବା ପ୍ରାଣୀ ପାଳନ ଓ ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶକଙ୍କୁ ଦାବିପତ୍ର ପ୍ରଦାନ କଲେ ଅଲ୍ ଓଡିଶା ମୈତ୍ରୀ ସଂଘର ସଦସ୍ୟ । ଅଧିକ ପଢନ୍ତୁ

maitree company employee protest
maitree company employee protest

By

Published : Jun 10, 2023, 11:08 AM IST

ମୈତ୍ରୀ କର୍ମଚାରୀଙ୍କ ବିକ୍ଷୋଭ

କଟକ: ସରକାରୀ ଯୋଜନାରେ ସାମିଲ ସହ ଥଇଥାନ ନେଇ ଦାବି କରିଛନ୍ତି ମୈତ୍ରୀ କର୍ମଚାରୀ । ଏନେଇ କଟକ ଠାରେ ଥିବା ପ୍ରାଣୀ ପାଳନ ଓ ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶକଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ଅଲ୍ ଓଡିଶା ମୈତ୍ରୀ ସଂଘର ସଦସ୍ୟମାନେ । ତେବେ 2022 ମସିହାରେ 1500 ଗ୍ରାମୀଣ ଯୁବକ ଯୁବତୀ baif ନାମକ ବେସରକାରୀ ସଂସ୍ଥା ମାଧ୍ୟମରେ ନିଯୁକ୍ତି ପାଇଥିଲେ । କିଛି ନିର୍ଦ୍ଦିଷ୍ଟ ନିୟମାବଳୀ ଉଲ୍ଲେଖ ନ ଥାଇ 10 ହଜାର ସିକ୍ୟୁରିଟିରେ ସିମେନ୍ ଷ୍ଟ୍ର ଓ ln2 କ୍ରୟ କିଣିବା ପାଇଁ ମୈତ୍ରୀ କର୍ମଚାରୀଙ୍କୁ କୁହାଯାଇଛି । ହେଲେ ଏହା ସମ୍ଭବ ହୋଇପାରୁନାହିଁ । ତେଣୁ ସରକାର ଏହା ଉପରେ ବିଚାର କରି ତୁରନ୍ତ ମୈତ୍ରୀର ତାଲିମ ପ୍ରାପ୍ତ ପିଲା ମାନଙ୍କୁ ଥଇଥାନ କରିବା ଦାବି କରିଛନ୍ତି ।

ସେହିପରି ଗୋପାଳନ ଆମ ଦେଶର ଗ୍ରାମୀଣ ଅର୍ଥନୀତିର ଏକ ଅବିଚ୍ଛେଦୀୟ ଅଙ୍ଗ । ଗୋ ପ୍ରଜାତିରେ ଉତ୍ପାଦନ କ୍ଷମତା ବୃଦ୍ଧି କରିବା ବା ଦୁଗ୍ଧ ଚାଷୀଙ୍କ ଅର୍ଥନୈତିକ ଉନ୍ନତି କରିବା ଦିଗରେ ସରକାର ସର୍ବଦା ଗୁରୁତ୍ୱ ଦେଉଛନ୍ତି । ଯାହା କି କୁତ୍ରିମ ଉତ୍ପାଦନ ପ୍ରଜନନକାରୀଙ୍କ ବ୍ୟତୀତ ସମ୍ଭବ ନୁହେଁ । ସେଥିପାଇଁ ସରକାର ୨୦୨୨ ମସିହା ଜୁଲାଇ ମାସରେ ଆମ ରାଜ୍ୟରେ ଗ୍ରାମାଞ୍ଚଳରେ ବାସ କରୁଥିବା ୧୫୦୦ ବେରୋଜଗାର ଯୁବକ ଯୁବତୀଙ୍କୁ ଯଥାକ୍ରମେ ଯୋଗ୍ୟତା ଅନୁସାରେ ପ୍ରଶିକ୍ଷଣ ଦେଇ ବିଏଆଇଏଫ ସଂସ୍ଥା ମାଧ୍ୟମରେ ମୈତ୍ରୀ ପରେ ନିଯୁକ୍ତି ଦେବାକୁ ବିଭିନ୍ନ ସମ୍ବାଦପତ୍ରରେ ବିଜ୍ଞାପନ ଦେଇଥିଲେ । କିନ୍ତୁ ଯେତେବେଳେ ଏହି ସଂସ୍ଥାରେ ଯୁବକ ଓ ଯୁବତୀ ଟ୍ରେନିଂ ଆରମ୍ଭ କଲେ ଏହାପରେ ଉକ୍ତ ସଂସ୍ଥା ଆରମ୍ଭ ହୋଇଥିଲା ମନମାନି ।

ଏହା ମଧ୍ୟ ପଢନ୍ତୁ- ଜାରି ରହିଛି ଅମଲା ସଂଘର ଆନ୍ଦୋଳନ, ଅଷ୍ଟମ ଦିନରେ CMRFକୁ ସହାୟତା ରାଶି ପ୍ରଦାନ

ସେପଟେ ଅଭିଯୋଗକାରୀ କର୍ମଚାରୀଙ୍କ କହିବାନୁସାରେ ୧୦,୦୦୦ ଟଙ୍କା ସିକ୍ୟୁରିଟି ଦେଇ ସିମେନ୍ ଷ୍ଟ୍ର ଓ ଅନ୍ୟାନ୍ୟ ପ୍ରଜନନ ପାଇଁ ସାମଗ୍ରୀ କିଣିବା ପାଇଁ ଚୁକ୍ତି ସାକ୍ଷର କରିବା ବାଧ୍ୟ କରାଯାଉଛି । ଯାହା ଫଳରେ ଚାଷୀ ମାନଙ୍କୁ କୃତ୍ରିମ ପ୍ରଜନନ କରିବା ଅସମ୍ଭବ ହୋଇପଡିଛି । ବର୍ତ୍ତମାନ ସମୟରେ ସଂସ୍ଥା ମାନସିକ ନିର୍ଯାତନା ଦେବା ଦିଗ ଅସହ୍ୟ ହୋଇଛି । ତେଣୁ ସମୟ ଅନୁସାରେ ସରକାର ଯଦି ଏହା ଉପରେ ନଜର ନଦେବେ ତେବେ ଆମ ମାନଙ୍କର ଭବିଷ୍ୟତ ଅନ୍ଧକାର ହୋଇଯିବ । ତେଣୁ ଆମକୁ ସରକାରୀ ମାନ୍ୟତା ମିଳିବା ସହ ଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ଦାବି କରିଛନ୍ତି ଆନ୍ଦୋଳନକାରୀ ।

ଇଟିଭି ଭାରତ, କଟକ

ABOUT THE AUTHOR

...view details