କଟକ: ଜିଲ୍ଲାରେ କୋରୋନା ସ୍ଥିତିର ସମୀକ୍ଷା କରିଛନ୍ତି ଜିଲ୍ଲା ପର୍ଯ୍ୟବେକ୍ଷକ ସୌରଭ ଗର୍ଗ । ସହରାଞ୍ଚଳ ସମେତ ଗ୍ରାମାଞ୍ଚଳରେ ଗୃହ ସଙ୍ଗରୋଧ ଓ ଚିକିତ୍ସା ସେବା ଉପରେ ଏହି ବୈଠକରେ ବିସ୍ତୃତ ଆଲୋଚନା ହୋଇଛି ।
ଉଭୟ ଲକ୍ଷଣ ବିହୀନ ଏବଂ ସାମାନ୍ୟ ଲକ୍ଷଣ ଥିବା ବ୍ୟକ୍ତିମାନଙ୍କ ପାଇଁ ସମସ୍ତ ସୁବିଧା ଓ ଚିକିତ୍ସା ଯୋଗାଇଦେବାକୁ ଏହି ବୈଠକରେ ଗୁରୁତ୍ବ ଦିଆଯାଇଛି । ସେହିପରି ବ୍ଲକ ସ୍ତରରେ ଆମ୍ବୁଲାନ୍ସ ସେବା ଯୋଗାଇଦେବାକୁ ମଧ୍ୟ ନିଷ୍ପତ୍ତି ହୋଇଛି ।