ଓଡିଶା

odisha

ETV Bharat / state

'ଶିକ୍ଷାକୁ ଘରୋଇକରଣ କରିବା ବନ୍ଦ ହେଉ'

ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ଦାବି ପତ୍ର ଜଣାଇଛି ଅଲ ଇଣ୍ଡିଆ ସେଭ ଏଜୁକେସନ କମିଟି । ଅଧିକ ପଢନ୍ତୁ...

By

Published : Feb 29, 2020, 2:49 PM IST

ଶିକ୍ଷାକୁ ଘରୋଇକରଣ ବନ୍ଦ କର , ଅଲ ଇଣ୍ଡିଆ ସେଭ ଏଜୁକେସନ କମିଟି
ଶିକ୍ଷାକୁ ଘରୋଇକରଣ ବନ୍ଦ କର , ଅଲ ଇଣ୍ଡିଆ ସେଭ ଏଜୁକେସନ କମିଟି

କଟକ: ଦିନ ଦିନକୁ ଲୋପ ପାଉଛି ଗୁଣାତ୍ମକ ଶିକ୍ଷା । କେଉଁଠି ଶିକ୍ଷକ ଅଭାବ ତ କେଉଁଠି ଉଚିତମାନର ଶିକ୍ଷା ଅଭାବ । ତେବେ ଏହାରି ଭିତରେ କେବଳ ଅନ୍ଧକାର ଦିଗରେ ଗତି କରୁଛି ଛାତ୍ରଛାତ୍ରୀଙ୍କର ଭବିଷ୍ୟତ।

କାରଣ ରାଜ୍ୟ ସରକାର ଯେଉଁ ଶିକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ବ ଦେଉଛନ୍ତି ତାହା ବେଶ ଶୋଚନୀୟ ଅବସ୍ଥାରେ ରହିଛି । ତେବେ ଏହି ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ଦାବି ପତ୍ର ଜଣାଇଛି ଅଲ ଇଣ୍ଡିଆ ସେଭ ଏଜୁକେସନ କମିଟି ।

ଶିକ୍ଷାକୁ ଘରୋଇକରଣ ବନ୍ଦ କର , ଅଲ ଇଣ୍ଡିଆ ସେଭ ଏଜୁକେସନ କମିଟି

ଏହାଛଡା ଶିକ୍ଷା ବ୍ୟବସ୍ଥାକୁ ଘରୋଇକରଣ କରିବା ଏହା ମଧ୍ୟ ଭୁଲ ପଦକ୍ଷେପ। ଯାହାଦ୍ବାରା ଗରିବ ଶ୍ରେଣୀର ପିଲା ପାଇପାରୁନାହାଁନ୍ତି । କାରଣ ସେହି ପିଲାଙ୍କ ପାଖରେ ଯଥେଷ୍ଟ ସମ୍ବଳର ଅଭାବ । ଯାହାଦ୍ବାରା ସେମାନେ ଗୁଣାତ୍ମକ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି ।

ଏନେଇ ଶନିବାର ସମାଜରେ ମଧ୍ୟ ବେକାରୀ ସଂଖ୍ୟା ବୃଦ୍ଧି ପାଉଛି । ତେବେ ଏହା ଉପରେ ଯଦି ରାଜ୍ୟ ସରକାର ଖୁବ ଶୀଘ୍ର ଧ୍ୟାନ ନଦିଅନ୍ତି ତେବେ ଆଗମୀ ଦିନରେ ତୀବ୍ର ଆନ୍ଦୋଳନ ହେବା ନେଇ ଚେତାବନୀ ଦେଇଛି କମିଟି।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details