କଟକ: କ୍ରମାଗତ ବଢ଼ି ଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏ ନେଇ ଟିନ୍ତାରେ ବିଶ୍ବବାସୀ । ତେବେ କୋରୋନା ମୁକାବିଲା ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛି ଅଗ୍ନିଶମ ବାହିନୀ । ଡ୍ୟୁଟି ସମୟରେ ସେମାନଙ୍କୁ ଆବଶ୍ୟକୀୟ ସରଞ୍ଜାମ ପିନ୍ଧି ଡ୍ୟୁଟି କରିବା ପାଇଁ ରାଜ୍ୟ ଅଗ୍ନିଶମ ବିଭାଗ ମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ଅଗ୍ନିଶମ କର୍ମଚାରୀଙ୍କୁ ଯୋଗାଉଛି ପିପିଇ କିଟ । ଯେଉଁଥିରେ ମାସ୍କ, ଗ୍ଲୋଭ୍ସ, ସାନିଟାଇଜର ଭଳି ସମସ୍ତ ଉପକରଣ ରହିଛି । ଏହି ଉପକରଣ ବ୍ୟବହାର କରି ଅଗ୍ନିଶମ କର୍ମଚାରୀ ମାନେ ବିଭିନ୍ନ ସ୍ଥାନରେ ବିଶୋଧନ କରିବା ସହ ଡ୍ୟୁଟି କରିବେ ।
ସମସ୍ତ ଅଗ୍ନିଶମ କର୍ମଚାରୀଙ୍କୁ ମିଳିବ ପିପିଇ କିଟ
କୋରୋନା ମୁକାବିଲା ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛି ଅଗ୍ନିଶମ ବାହିନୀ । ଡ୍ୟୁଟି ସମୟରେ ସେମାନଙ୍କୁ ଆବଶ୍ୟକୀୟ ସରଞ୍ଜାମ ପିନ୍ଧି ଡ୍ୟୁଟି କରିବା ପାଇଁ ରାଜ୍ୟ ଅଗ୍ନିଶମ ବିଭାଗ ମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ଅଗ୍ନିଶମ କର୍ମଚାରୀଙ୍କୁ ଯୋଗାଇବ ପିପିଇ କିଟ । ଅଧିକ ପଢନ୍ତୁ...
ସମସ୍ତ ଅଗ୍ନିଶମ କର୍ମଚାରୀଙ୍କୁ ମିଳିବ ପିପିଇ କିଟ
ରାଜ୍ୟ ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ଜିଲ୍ଲାରେ ଥିବା ଅଗ୍ନିଶମ କାର୍ଯ୍ୟାଳୟକୁ ଏହି ସହୁ ଉପକରଣ ପଠାଯାଉଛି । ତେବେ ଏନେଇ ରାଜ୍ୟ ଅଗ୍ନିଶମ ବିଭାଗର ଡେପୁଟି ଫାୟାର ଅଫିସରଙ୍କ ସହ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ