ଓଡିଶା

odisha

ETV Bharat / state

ଚୂଡାନ୍ତ ପର୍ଯ୍ୟାୟରେ ମାଟ୍ରିକ ପରୀକ୍ଷା ପ୍ରସ୍ତୁତି, 5 କଏଦୀ ଦେବେ ପରୀକ୍ଷା

ଆସନ୍ତାକାଲି ମାଟ୍ରିକ ପରୀକ୍ଷା । ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ପରୀକ୍ଷା ସକାଳ 10ଟାରୁ ଆରମ୍ଭ ହୋଇ 12ଟା ପର୍ଯ୍ୟନ୍ତ ଚାଲିବ ।

By

Published : Feb 21, 2019, 10:59 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ଆସନ୍ତାକାଲି ମାଟ୍ରିକ ପରୀକ୍ଷା । ଚଳିତ ବର୍ଷ 2 ହଜାର 9 ଶହ 53ଟି କେନ୍ଦ୍ରରେ ପରୀକ୍ଷା କେନ୍ଦ୍ରରେ 5 ଲକ୍ଷ 72 ହଜାର 6ଶହ 99ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ଏଥିପାଇଁ ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।

ପରୀକ୍ଷା ସକାଳ 10ଟାରୁ ଆରମ୍ଭ ହୋଇ 12ଟା ପର୍ଯ୍ୟନ୍ତ ଚାଲିବ । କିନ୍ତୁ ଗଣିତରେ ଅଧିକା1 5 ମିନିଟ ସମୟ ଛାତ୍ରଛାତ୍ରୀଙ୍କୁ ଦିଆଯିବ । ଅର୍ଥାତ ପରୀକ୍ଷା 10ଟାରୁ ଆରମ୍ଭ ହୋଇ 12ଟା 45ରେ ଶେଷ ହେବ । ଆସନ୍ତାକାଲି ପରୀକ୍ଷା ଆରମ୍ଭ ହେବାର 1 ଘଣ୍ଟା ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀଙ୍କୁ ପହଞ୍ଚିବାକୁ ବୋର୍ଡ ପକ୍ଷରୁ ପରାମର୍ଶ ଦିଆଯାଇଛି । କିନ୍ତୁ ଅନ୍ୟଦିନ ମାନଙ୍କରେ 9ଟା 15 ସୁଦ୍ଧା ପହଞ୍ଚିବାକୁ ପଡିବ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ସେପଟେ, ୯ ଟା ୩୦ରେ ସମସ୍ତଙ୍କୁ ଓଏମଆର ପ୍ରଦାନ କରାଯିବ । ଏହି ସମୟରେ ଷ୍ଟ୍ରଙ୍ଗ ରୁମରେ ପ୍ରଶ୍ନ ପତ୍ରର ପ୍ରଥମ ଲେୟାର ଖୋଲାଯିବ । ଏହାକୁ ସେଣ୍ଟର ସୁପରିଟେଣ୍ଡେଣ୍ଟ, ଡେପୁଟି ସୁପରିଟେଣ୍ଡେଣ୍ଟ, ନୀରିକ୍ଷକ, ଇନଭିଜଲେଟର ଏହାକୁ ସାର୍ଟିଫାଏ କରିବେ । ୯ ଟା ୪୫ରେ ପରୀକ୍ଷା କେନ୍ଦ୍ର ମଧ୍ୟରେ ୨ୟ ଲେୟାର ପ୍ରଶ୍ନପତ୍ର ଖୋଲାଯିବ । ଏହାକୁ ଅତି କମରେ ୨ ଜଣ ଛାତ୍ରଛାତ୍ରୀ ଇନଭିଜଲେଟର ସାର୍ଟି ଫାଏ କରିବେ ।

ପ୍ରଶ୍ନ ପତ୍ର ୧୦ଟାରେ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯିବ । ଚଳିତବର୍ଷ ୫ ଜଣ କଏଦୀ ଛାତ୍ର ପରୀକ୍ଷା ଦେବେ । ସେମାନଙ୍କ ମଧ୍ୟରୁ ୩ଜଣ ହାଇସ୍କୁଲ ସାର୍ଟିଫିକଟ ପାଇଁ ପରୀକ୍ଷା ଦେଉଥିବାବେଳେ ୨ ଜଣ ଓପନ ସ୍କୁଲ ପାଇଁ ପରୀକ୍ଷା ଦେଉଛନ୍ତି । ତେବେ ଚଳିତ ବର୍ଷ ଛାତ୍ରଛାତ୍ରୀଙ୍କୁ ପ୍ରଶ୍ନପତ୍ର ପଢିବା ପାଇଁ ଆଉ ୧୫ ମିନିଟ ସମୟ ଦିଆଯିବ ନାହିଁ ବୋଲି ବୋର୍ଡ଼ ପରୀକ୍ଷା ନିୟନ୍ତ୍ରକ କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details