କଟକ: ପୁଣି ତେଜିଲା ମଦ ବିରୋଧୀ ଆନ୍ଦୋଳନ । ସରକାରଙ୍କ ଉପରେ ବର୍ଷିଲା ଯୁବ କଂଗ୍ରେସ । କଟକ ସହରର ଛକ ଛକରେ ମଦ ଦୋକାନ ଖୋଲି ଯୁବ ବର୍ଗଙ୍କୁ ତଳି ତଳାନ୍ତ କରୁଛନ୍ତି ରାଜ୍ୟ ସରକାର । ରାଜ୍ୟରେ ବେକାରୀ ସଂଖ୍ୟା ସୃଷ୍ଟି ପାଇଁ ସରକାରଙ୍କ ଏହା ଗୋଟିଏ ଷଡ଼ଯନ୍ତ୍ର । କାରଣ ଯୁବକ ଯଦି ଚାକିରୀ ନ ପାଇବେ, ତେବେ ସେ ବାଧ୍ୟ ହୋଇ ଅନ୍ୟ ରାଜ୍ୟକୁ ଯିବେ ବୋଲି କଂଗ୍ରେସ ଅଭିଯୋଗ କରିଛି ।
ଯୁବକଙ୍କୁ ପଥଭ୍ରଷ୍ଟ କରାଉଛି ମଦ: କଂଗ୍ରେସ - ରାଜ୍ୟ ସରକାରଙ୍କୁ ଘେରିଲା କଂଗ୍ରେସ
କଟକ ସହରର ଛକ ଛକରେ ମଦ ଦୋକାନ ଖୋଲି ଯୁବ ବର୍ଗଙ୍କୁ ତଳି ତଳାନ୍ତ କରୁଛନ୍ତି ରାଜ୍ୟ ସରକାର ବୋଲି ଅଭିଯୋଗ ଆଣିଛି କଂଗ୍ରେସ । ଅଧିକ ପଢନ୍ତୁ...
ଯୁବକଙ୍କୁ ପଥଭ୍ରଷ୍ଟ କରାଉଛି ମଦ: କଂଗ୍ରେସ
ଏପରି ସ୍ଥଳେ ସରକାର ମଦକୁ ଦେଉଛନ୍ତି ପ୍ରୋତ୍ସାହନ । ଯଦି ଏହି ଦିଗରେ ସରକାର କିଛି କାର୍ଯ୍ୟପନ୍ଥା ହାତକୁ ନ ନିଅନ୍ତି, ତେବେ ଆଗାମୀ ଦିନରେ ସ୍ଥିତି ଆହୁରି ଭୟଙ୍କର ହେବା ନେଇ ଚେତାବନୀ ଦେଇଛି କଂଗ୍ରେସ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ