ଓଡିଶା

odisha

ETV Bharat / state

ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକୂଳ କରି ଚାଷ କାର୍ଯ୍ୟ ଆରମ୍ଭ କଲେ ଚାଷୀ - ବ୍ଲକ ସ୍ତରୀୟ ପବିତ୍ର ଅକ୍ଷୟ ତୃତୀୟା ପାଳିତ

ବ୍ଲକ ସ୍ତରୀୟ ପବିତ୍ର ଅକ୍ଷୟ ତୃତୀୟା ପାଳିତ । କୃଷକ ଯନ୍ତ୍ରପାତି ପୂଜାର୍ଚ୍ଚନା ପରେ ଚାଷକାର୍ଯ୍ୟ ଆରମ୍ଭ କଲେ ଚାଷୀ । ଭୂମି ପୂଜା ଓ ଅଖିମୁଠି ଅନୁକୂଳ।

କୃଷକ ଯନ୍ତ୍ରପାତି ପୂଜାର୍ଚ୍ଚନା ପରେ ଚାଷକାର୍ଯ୍ୟ ଆରମ୍ଭ କଲେ ଚାଷୀ
କୃଷକ ଯନ୍ତ୍ରପାତି ପୂଜାର୍ଚ୍ଚନା ପରେ ଚାଷକାର୍ଯ୍ୟ ଆରମ୍ଭ କଲେ ଚାଷୀ

By

Published : Apr 23, 2023, 5:10 PM IST

Updated : Apr 23, 2023, 11:01 PM IST

କୃଷକ ଯନ୍ତ୍ରପାତି ପୂଜାର୍ଚ୍ଚନା ପରେ ଚାଷକାର୍ଯ୍ୟ ଆରମ୍ଭ କଲେ ଚାଷୀ

ନିଆଳି: ଆଜି ପବିତ୍ର ଅକ୍ଷୟ ତୃତୀୟା । ଅଖିମୁଠି ଅନୁକୂଳ କରି ଆଜିଠାରୁ ଚାଷ କାର୍ଯ୍ୟ ଆରମ୍ଭ କରନ୍ତି ଚାଷୀ । ଆଜିର ଦିନକୁ ହିନ୍ଦୁ ପରମ୍ପରାରେ ଅତ୍ୟନ୍ତ ଶୁଭ ମନାଯାଏ । କୃଷକ ଏହି ଦିନକୁ ମହାପର୍ବ ଭାବେ ପାଳନ କରେ । ଅଖିମୁଠି ଅନୁକୂଳ ସହ କୃଷକ ତା'ର ଚାଷ କାମର ମୂଳଦୁଆ ପକାଇଥାନ୍ତି । ଏଥିପାଇଁ ସବୁ ଚାଷୀ ଭାଇଙ୍କ ଘରେ ମହା ଆଡ଼ମ୍ବରରେ ପାଳନ ହେଉଛି ଅକ୍ଷୟ ତୃତୀୟା । ପରମ୍ପରା ରୀତିନୀତି ଅନୁସାରେ ଆରମ୍ଭ ହୋଇଛି ଚାଷ କାର୍ଯ୍ୟ । ସାରା ଚାଷୀ ସମାଜ ଏହି ପର୍ବକୁ ଧୁମଧାମରେ ସହିତ ପାଳନ କରିଛନ୍ତି ।

ସକାଳୁସକାଳୁ ଚାଷୀ ପରିବାର ଚାଷ କାର୍ଯ୍ୟରେ ବ୍ୟବହୃତ ସରଞ୍ଜାମ ପ୍ରଥମେ ପୂଜା କରିବା ପରେ ଆରମ୍ଭ କରିଥାନ୍ତି ଅଖିମୁଠି ଅନୁକୂଳ । କଟକ ଜିଲ୍ଲା ନିଆଳି, କଣ୍ଟାପଡ଼ା, ଖୋର୍ଦ୍ଧା ଜିଲ୍ଲାର ବାଲିଅନ୍ତା ଓ ବାଲିପାଟଣା ବ୍ଲକ ଅଞ୍ଚଳରେ ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଏହି ପବିତ୍ର ଦିନରେ ଚାଷ କାର୍ଯ୍ୟ ଆରମ୍ଭ କରିଥାଆନ୍ତି । ଏହା ଏକ କୃଷି ଭିତ୍ତିକ ପର୍ବ ହୋଇଥିବାରୁ ରାଜ୍ୟ ସରକାର ଏହାକୁ କୃଷକ ଦିବସ ଭାବରେ ବିଭିନ୍ନ ବ୍ଲକରେ ପାଳନ କରିଥାଆନ୍ତି ।

ଏହି ପର୍ବକୁ ନେଇ ଚାଷୀ ସମାଜରେ ରହିଛି ଅନେକ ବିଶ୍ବାସ । କଟକ ଜିଲ୍ଲା ନିଆଳି ବ୍ଳକର ବାହାରଣା ପଞ୍ଚାୟତ ଅଧିନ ବରିମୁଣ୍ତେଇରେ ନିଆଳି କୃଷି ବିଭାଗ ଓ ଆତ୍ମା ପକ୍ଷରୁ ପବିତ୍ର ଅକ୍ଷୟ ତୃତୀୟା ପାଳନ କରାଯାଇଛି । ଏହି ଅବସରରେ ଭୂମି ପୂଜା ଓ ଅକ୍ଷମୁଠି ଅନୁକୂଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।‌ କଟକ ଜିଲ୍ଲା ନିଆଳି ବ୍ଳକର କୃଷି ଅଧିକାରିଣୀ ଆକାଂକ୍ଷା ପ୍ରାଣିଗ୍ରାହି, ନିଆଳି ବ୍ଳକର ଅଧ୍ୟକ୍ଷ ଉମେଶ ଚନ୍ଦ୍ର ବେହେରା, ଆତ୍ମାର ଅଧ୍ୟକ୍ଷ ବିଷ୍ଣୁ ଚରଣ ସ୍ବାଇଁଙ୍କ ସହ ଅନ୍ୟ ସଭ୍ୟମାନେ ଉପସ୍ଥିତ ଥିଲେ ।

ତେବେ ଏହି ପବିତ୍ର ଦିନରୁ ରଥ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଥାଏ । ଆଜିଠାରୁ ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ । ଅକ୍ଷୟ ତୃତୀୟାକୁ କେବଳ ଚାଷୀକୂଳ ନୁହେଁ ବରଂ ସମସ୍ତେ ବେଶ ଧୁମଧାମରେ ପାଳନ କରନ୍ତି । ଏପରି ମାନ୍ୟତା ରହିଛି ଆଜିଠାରୁ ଯେଉଁ ବି କାର୍ଯ୍ୟର ଆରମ୍ଭ କରିବ ସେହି କାର୍ଯ୍ୟ ଅତ୍ୟନ୍ତ ଲାଭଦାୟୀ ରହିବା ନେଇ ବିଶ୍ବାସ ରହିଛି । ବ୍ୟବସାୟ, ବଣିଜ୍ୟ ଘର ନିର୍ମାଣ, ବିଦେଶ ଗସ୍ତ ଏବଂ ସୁନା କିଣିବାକୁ ଆଜିର ଦିନକୁ ପ୍ରାଧାନ୍ୟ ଦେଇଥାନ୍ତି ଲୋକେ ।

ଇଟିଭି ଭାରତ, ନିଆଳି

Last Updated : Apr 23, 2023, 11:01 PM IST

ABOUT THE AUTHOR

...view details