କଟକ:ଓଲିଉଡ ଦିବଙ୍ଗତ ଅଭିନେତା ମିହିର ଦାସଙ୍କ ସାନପୁଅ ଅକ୍ଲାନ୍ତ ଦାସଙ୍କ ପରଲୋକ ହୋଇଛି । ଗତକାଲି (ମଙ୍ଗଳବାର) ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି । ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ଅକ୍ଳାନ୍ତ । ଭୁବନେଶ୍ବରର AIIMS ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ଅକ୍ଲାନ୍ତ । କଟକ ସତୀଚଉରା ଶଶ୍ମାନରେ ତାଙ୍କର ଅନ୍ତିମ ସଂସ୍କାର ଶେଷ ହୋଇଛି । ଓଲିଉଡ ଅଭିନେତା ମହିର ଦାସ ଗତବର୍ଷ ଜାନୁଆରୀ 11 ତାରିଖରେ ଦୁନିଆକୁ ଅଲବିଦା କହିଥିଲେ । ମହିର ଦାସଙ୍କ ବିୟୋଗଙ୍କୁ ଗୋଟିଏ ବର୍ଷ ହେଉ ହେଉ ଦୁନିଆ ଛାଡି ଚାଲି ଯାଇଛନ୍ତି ତାଙ୍କ ସାନ ପୁଅ ଅକ୍ଳାନ୍ତ ଦାସ । ଅକ୍ଳାନ୍ତଙ୍କୁ ମାତ୍ର 26 ବର୍ଷ ବୟସ ହୋଇଥିଲା ।
ସ୍ବର୍ଗତ ମିହିର ଦାସଙ୍କ ଦୁଇ ପୁଅ । ବଡପୁଅ ଅମ୍ଳାନ ଦାସ ଓ ଅକ୍ଳାନ୍ତ ଦାସ । ଅମ୍ଳାନ ଓଲିଉଡ ଫିଲ୍ମରେ ଅଭିନୟ କରନ୍ତି । ଅକ୍ଳାନ୍ତ ଅଭିନୟ ଜଗତରୁ ଦୂରରେ ଥିଲେ । ମହିର ଦାସଙ୍କ ବିୟୋଗ ପରେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଥିଲେ ଅକ୍ଳାନ୍ତ । ଏହାପରେ ସେ ଦୀର୍ଘ ଦିନ ହେବ ଅସୁସ୍ଥ ଥିଲେ । ଭୁବନେଶ୍ବରର AIIMSରେ ଚିକିତ୍ସିତ ହେଉଥିଲେ ଅକ୍ଲାନ୍ତ । ମଙ୍ଗଳବାର ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । ଲିଭରଜନିତ ସମସ୍ୟା ପାଇଁ ଅସୁସ୍ଥ ଥିଲେ ଅକ୍ଳାନ୍ତ । ଆଜି କଟକ ସତୀଚଉରାରେ ତାଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି । ମହିର ଦାସ ତାଙ୍କ ସାନପୁଅକୁ ବହୁତ ଭଲ ପାଉଥିଲେ । ବାପାଙ୍କୁ ହରାଇ ଅକ୍ଳାନ୍ତ ମାନସିକ ଚିନ୍ତାରେ ମଧ୍ୟ ଥିଲେ ।