ଓଡିଶା

odisha

ETV Bharat / state

ସ୍କିମ ଶ୍ରମିକଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ଦାବି କଲା AIUTUC - AITUCର ଦାବି

ଆଶା, ଅଙ୍ଗନବାଡି, ପାଚିକା କର୍ମଚାରୀ ଭଳି ସ୍କିମ ଶ୍ରମିକଙ୍କୁ ଅଣଦେଖା ଅଭିଯୋଗ କରିଛି ଏ. ଆଇ.ୟୁ. ଟି.ୟୁ. ସି ସଙ୍ଗଠନ । ଏମାନଙ୍କୁ ଆର୍ଥିକ ସହାୟତା ସହ ସରକାରୀ କର୍ମଚାରୀ ମାନ୍ୟତା ଦେଇ ସବୁ ସୁବିଧା ଯୋଗାଇବାକୁ ତେଜିଛି ଦାବି । ଅଧିକ ପଢନ୍ତୁ..

ସ୍କିମ ଶ୍ରମିକଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ଦାବିରେ AITUC
ସ୍କିମ ଶ୍ରମିକଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ଦାବିରେ AITUC

By

Published : Oct 5, 2020, 7:52 PM IST

Updated : Oct 5, 2020, 8:09 PM IST

କଟକ: ଆଶା, ଅଙ୍ଗନବାଡି, ପାଚିକା କର୍ମଚାରୀ ଭଳି ସ୍କିମ ଶ୍ରମିକମାନେ ସରକାରୀ ନିୟମ ଅନୁଯାୟୀ କାମ କରୁଥିଲେ ବି ସେମାନଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ଦିଆଯାଇନାହିଁ । କିମ୍ବା ସର୍ବନିମ୍ନ ମଜୁରୀ ପ୍ରଦାନ କରାଯାଇନାହିଁ । କୋରୋନା ମୁକାବିଲା ପାଇଁ ଏମାନେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥିଲେ ବି ସେମାନଙ୍କୁ ସରକାର ଅଣଦେଖା କରୁଥିବା ଅଭିଯୋଗ କରିଛି ଏ. ଆଇ.ୟୁ. ଟି.ୟୁ. ସି ସଙ୍ଗଠନ ।

ତେବେ ସ୍କିମ ଶ୍ରମିକଙ୍କୁ କୋରୋନା ସହାୟତା ୧୦ ହଜାର ଟଙ୍କା ପ୍ରଦାନ କରିବା, ଅବସରକାଳୀନ ୫ ଲକ୍ଷ ଟଙ୍କା ସହାୟତା ଯୋଗାଇବା , ସରକାରୀ କର୍ମଚାରୀର ମାନ୍ୟତା ପ୍ରଦାନ ସହ ସର୍ବନିମ୍ନ ମାସିକ ମଜୁରୀ ପ୍ରଦାନ କରିବାକୁ ଦାବି କରିଛି ସଙ୍ଗଠନ । ଏନେଇ ସଙ୍ଗଠନ ପକ୍ଷରୁ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଛି ।

ସ୍କିମ ଶ୍ରମିକଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ଦାବିରେ AITUC

ତେବେ ଦାବି ପୂରଣ କରାନଗଲେ ଆନ୍ଦୋଳନର ଚେତାବନୀ ଦେଇଛି ସଙ୍ଘ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Oct 5, 2020, 8:09 PM IST

ABOUT THE AUTHOR

...view details