ଓଡିଶା

odisha

By

Published : Oct 15, 2020, 8:51 PM IST

ETV Bharat / state

ନାରୀ ସୁରକ୍ଷାକୁ ନେଇ ଗର୍ଜିଲା ଏଆଇଡିଏସଓ

ରାଜ୍ୟରେ ବଢୁଥିବା ନାରୀ ନିର୍ଯାତନା ଓ ଦୁଷ୍କର୍ମ ଘଟଣାକୁ ନିନ୍ଦା କରି କଟକ ଡିସିପି କାର୍ଯ୍ୟାଳୟ ସମ୍ମୁଖରେ ଏଆଇଡିଏସଓର ବିକ୍ଷୋଭ । ନାରୀ ସୁରକ୍ଷା ନେଇ ଡିସିପିଙ୍କୁ ସ୍ମାରକପତ୍ର ପ୍ରଦାନ । ଅଧିକ ପଢ଼ନ୍ତୁ...

ନାରୀ ସୁରକ୍ଷାକୁ ନେଇ ଗର୍ଜିଲା ଏଆଇଡିଏସଓ
ନାରୀ ସୁରକ୍ଷାକୁ ନେଇ ଗର୍ଜିଲା ଏଆଇଡିଏସଓ

କଟକ: ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଦୁଷ୍କର୍ମ ମାମଲା। ନିକଟରେ କଟକରେ ନାବାଳିକାକୁ ଅପହରଣ କରି 22 ଦିନ ଧରି ଦୁଷ୍କର୍ମ କରିବା ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ରାଜ୍ୟରେ ବଢୁଥିବା ନାରୀ ନିର୍ଯାତନା ଓ ଦୁଷ୍କର୍ମ ଘଟଣାକୁ ନିନ୍ଦା କରି କଟକ ଡିସିପି କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ବିକ୍ଷୋଭ ପ୍ରଦର୍ଶନ କରିଛି ଏଆଇଡିଏସଓ ।

ନାରୀ ସୁରକ୍ଷାକୁ ନେଇ ଗର୍ଜିଲା ଏଆଇଡିଏସଓ

କଟକରେ ନାବାଳିକା ଦୁଷ୍କର୍ମ ଘଟଣାରେ ପୀଡ଼ିତାଙ୍କୁ କିଭଳି ନ୍ୟାୟ ମିଳିବ ଏବଂ ସହର ଭିତରେ କିପରି ନାରୀମାନେ ସୁରକ୍ଷିତ ଭାବେ ଚଳପ୍ରଚଳ କରିବେ ସେନେଇ ଏଆଇଡିଏସଓ ଦ୍ବାରା କଟକ ଡିସିପିଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଦେଶରେ ପ୍ରତିଦିନ ଗଣଦୁଷ୍କର୍ମ ଭଳି ଅଭାବନୀୟ ଘଟଣା ଘଟି ଚାଲିଛି । ଏଥିପାଇଁ ମୁଖ୍ୟତଃ ମଦ ଓ ଅଶ୍ଲୀଳ ଚଳଚ୍ଚିତ୍ର ଦାୟୀ । ଏହାଦ୍ବାରା ମାନସିକ ସ୍ଥିତି ଖରାପ ହେବା ଫଳରେ ଅସାମାଜିକ ବ୍ୟକ୍ତିମାନେ ଏଭଳି ନାରକୀୟ କାଣ୍ଡ ଭିଆଉଛନ୍ତି । ତେଣୁ ଏହାର ମୂଳ ପୋଛ ହେବା ଦରକାର ବୋଲି ଦାବି କରିଛନ୍ତି ଆନ୍ଦୋଳନକାରୀ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details